ପ୍ରମୁଖ ଖବର
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

କମ୍ପିବ ଭୁବନେଶ୍ୱର, ମେ' ୨ରେ ଅପରାଜିତା ଓ ମନ୍ମଥଙ୍କ ଭରିବେ ନାମାଙ୍କନ

ଭୁବନେଶ୍ୱର,୩୦/୦୪: ଗୁରୁବାର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ନାମାଙ୍କନ ପତ୍ର ଦାଖଲ କରିବେ । ଭୁବନେଶ୍ୱରର ବିରାଟ ରାଲିରେ ବାହାରି ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । 

ବିଜେପି ପକ୍ଷରୁ ବରମୁଣ୍ଡାରୁ ଏକ ବିଶାଳ ରାଲି ବାହାରିବ । ଏଥିରେ ମହିଳା ଓ ଯୁବ ବିଜେପି କର୍ମକର୍ତ୍ତା ବାଇକ୍‌ ରାଲି କରିବେ । ସକଳା ୯ଟା ବେଳେ ରାଲି ଭୁଆଶୁଣି ମନ୍ଦିର ପାଖରେ ପହଞ୍ଚିବ । ପରେ ସକାଳ ୧୦ାଟା ୩୦ରେ ଗୀତା ଭବନ ପଡିଆରେ ରାଲି ପହଞ୍ଚିବାର କର୍ଯ୍ୟକ୍ରମ ରହିଛି । ଅପରାଜିତା ଖୋର୍ଦ୍ଧାରେ ବିଶାଳ ରାଲିରେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କରିବେ । ଏଥିରେ ବିଜେପିର ବରିଷ୍ଠ ନେତା, କର୍ମୀ ଓ ଜନସାଧାରଣ ଯୋଗ ଦେବେ । ସେହିପରି ବିଜେଡି ପ୍ରାର୍ଥୀ ମନ୍ମଥ ମଧ୍ୟ ବିଶାଳ ରାଲିରେ ସେହିଦିନ ପ୍ରାର୍ଥିପତ୍ର ଦାଖଲ କରିବେ । ଯଦିଓ ମନ୍ମଥଙ୍କ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇନି, ମାଉସୀ ମା ମନ୍ଦିର ନିକଟରୁ ରାଲି ବାହାରି ଜଟଣୀ ଦେଇ ଖୋର୍ଦ୍ଧାରେ ପହଞ୍ଚିବ । ଉଭୟଙ୍କ ରାଲିରେ କମ୍ପିବ ଭୁବନନେଶ୍ୱର ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.