ପ୍ରମୂଖ ଖବର
  • ସଇଁତଳା : ବାଇକ୍‌ ଧକ୍କାରେ ପ୍ରାଣ ହରାଇଲେ ଯୁବକ, ଜଣେ ଅଟକ
  • ||
  • କାଲିମେଳା : ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଦାଦାକୁ ସାବଳରେ ପିଟି ପିଟି ହତ୍ୟା କଲା ପୁତୁରା
  • ||
  • ଆନନ୍ଦପୁର : ବେଆଇନ ଗୋରୁ ଗାଡ଼ି ଜବତ, ୨ ଗିରଫ
  • ||
  • ବାର୍‌ହାକୁ ଶିକାର କଲା ଶିମିଳିପାଳର ନୂଆ ବାଘୁଣୀ ଯମୁନା
  • ||
  • କେନ୍ଦୁଝର : ଗାଁକୁ ଧସେଇ ପଶିଲେ ୨୮ ଟିକିଆ ବଣୁଆ ହାତୀ ପଲ, ନଜର ରଖିଛି ବନ ବିଭାଗ
  • ||
  • କନ୍ଧମାଳ : ଦୋକାନ ଘରେ ଅଗ୍ନିକାଣ୍ଡ, ୩ ଲକ୍ଷ୍ୟରୁ ଉର୍ଦ୍ଧ୍ୱ ଟଙ୍କାର ସମାଗ୍ରୀ ପୋଡି ଯାଇଥିବା ଅନୁମାନ
  • ||
  • ମୋହନାରୁ ଆନ୍ଧ୍ର ପ୍ରଦେଶକୁ ଗୋରୁ ଚାଲାଣ; ମୁଖ୍ୟ ଅଭିଯୁକ୍ତ ଫେରାର୍, ଦଲାଲଙ୍କ ସମେତ ତିନି ଡ୍ରାଇଭର ଅଟକ
  • ||
  • କଳାହାଣ୍ଡି : ଲାଞ୍ଚ ମାଗି ଧରା ପଡ଼ିଥିଲେ ସିଡିପିଓ, ୪ ବର୍ଷ ଜେଲ ଦଣ୍ଡାଦେଶ
  • ||
  • ବିଲରୁ ଫେରୁଥିବା ବେଳେ ଅଘଟଣ, ବ୍ୟକ୍ତିଙ୍କୁ ଦଳି ଦେଲା ଦନ୍ତା
  • ||
  • ଜମିବାଡ଼ି ବିବାଦରୁ ଦୁଇ ପରିବାର ସଂଘର୍ଷ: ବାପା- ପୁଅ ମୃତ, ଅନ୍ୟ ପରିବାରର ୩ ଆହତ
  • ||
  • ପୁରୀ : ଚିଲିକାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ପ୍ରସିଦ୍ଧ ଭଦ୍ରକ କାଳୀପୂଜା, ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର
  • ||
  • ବଦଳିଲା ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟ, ନଭେମ୍ବର ୧ରୁ ସଂଧ୍ୟା ୬ରୁ ବନ୍ଦ ହେବ ସୂର୍ଯ୍ୟମନ୍ଦିର
  • ||
  • ରାମପୁର : ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌ : ଜଣେ ଝିଅ ମୃତ, ଚାଳକ ଗୁରୁତର
  • ||

ଚୀନ୍‌ରେ ଲିଙ୍ଗ ଅନୁପାତରେ ଅସନ୍ତୁଳନ, ବିଦେଶରୁ କନ୍ୟା ଖୋଜୁଛନ୍ତି ୪ କୋଟି ଅବିବାହିତ

ନୂଆଦିଲ୍ଲୀ, ୩୧/୧୦ : ଚୀନ୍‌ ଏବେ ଜନସଂଖ୍ୟା ସଙ୍କଟର ସମ୍ମୁଖୀନ ହେଉଛି । ଦେଶରେ ହାରାହାରି ୩.୫ କୋଟି ଅବିବାହିତ ପୁରୁଷ ସାଥୀ ଖୋଜିବାରେ ବିଫଳ । ଏହି ସମସ୍ୟା ମୁଖ୍ୟତଃ ଏକ ସନ୍ତାନ ନୀତିର ପରିଣାମ ବୋଲି କୁହାଯାଉଛି, ଯେଉଁଥିପାଇଁ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ହୋଇଛି । ୨୦୨୦-ଜାତୀୟ ଜନଗଣନା ରିପୋର୍ଟ ଅନୁସାରେ, ଚୀନ୍‌ରେ ମହିଳାଙ୍କ ତୁଳନାରେ ୩.୪୯ କୋଟି ଅଧିକ ପୁରୁଷ ଥିଲେ । ଗ୍ରାମାଞ୍ଚଳରେ ଏହି ଟ୍ରେଣ୍ଡ୍‌ ଅଧିକ ଦେଖିବାକୁ ମିଳୁଛି । ଏଥିଯୋଗୁ ପାରମ୍ପରିକ ରୀତିନୀତି ଜରିଆରେ ମହିଳା ସାଥୀ ଖୋଜିବା ପୁରୁଷଙ୍କ ପାଇଁ କଷ୍ଟକର ପ୍ରମାଣିତ ହେଉଛି । 

ଇନ୍‌ଷ୍ଟିଚ୍ୟୁଟ୍‌ ଫର ଚାଇନା ରୁରାଲ୍‌ ଷ୍ଟଡିଜ୍‌ର ରିପୋର୍ଟରେ ଏହି ସଙ୍କଟର ଅନେକ କାରଣ ଉପରେ ଆଲୋକପାତ କରାଯାଇଛି । ପ୍ରଥମ କାରଣ ହେଉଛି ଉଚ୍ଚ କନ୍ୟା ମୂଲ୍ୟ । କନ୍ୟା ମୂଲ୍ୟ ୫୯ ଲକ୍ଷରୁ ୭୦ ଲକ୍ଷ ହୋଇଥିବାରୁ ବାର୍ଷିକ ୨ ଲକ୍ଷ ଆୟ କରୁଥିବା ଗ୍ରାମାଞ୍ଚଳ ପୁରୁଷଙ୍କ ପାଇଁ ବଧୂ ମିଳିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି । ସାମାଜିକ ଧାରାରେ ପରିବର୍ତ୍ତନ ଅନ୍ୟତମ କାରଣ । ଅତୀତରେ ଯେମିତି ବିବାହ ହେଉଥିଲା, ତାହା ବର୍ତ୍ତମାନ ବିବାହରେ ଦେଖାଯାଉ ନାହିଁ । ବର୍ତ୍ତମାନ ପୁରୁଷଙ୍କ ପାଖରେ ପତ୍ନୀ ଖୋଜିବାର କମ୍‌ ସୁଯୋଗ ରହୁଛି। 

ସିଆମେନ୍‌ ବିଶ୍ୱବିଦ୍ୟାଳୟର ଡିଙ୍ଗ୍‌ ଚାଙ୍ଗ୍‌ଫା କହଛନ୍ତି, ଅନ୍ତର୍ଜାତୀୟ ବିବାହକୁ ପ୍ରୋତ୍ସାହନ ଦେବା ଦ୍ୱାରା ଏହାର ସମାଧାନ ହୋଇପାରେ । ରୁଷ୍‌, ଭିଏତନାମ ଓ କାମ୍ବୋଡ଼ିଆର ଯୋଗ୍ୟ ମହିଳାଙ୍କୁ ବିବାହ ଲାଗି ଆକୃଷ୍ଟ କରାଯିବା ଉଚିତ୍‌ । କାରଣ ଘର ଓ ଆର୍ଥିକ ସ୍ଥିତି ମାମଲାରେ ସ୍ଥାନୀୟ ମହିଳାଙ୍କ ତୁଳନାରେ ସେମାନଙ୍କ ମାନ କମ୍‌ । ଅବିବାହିତ ପୁରୁଷଙ୍କ ବିବାହ ସମସ୍ୟାର ସାମାଧାନ ସହିତ ଏହା ବିଦେଶରୁ ବହୁ ସଂଖ୍ୟାରେ ଯୋଗ୍ୟ ଯୁବ ମହିଳାଙ୍କୁ ଦେଶକୁ ଆକୃଷ୍ଟ କରିପାରିବ ବୋଲି ଡିଙ୍ଗ୍‌ କହିଛନ୍ତି । ଏହି ପ୍ରସ୍ତାବ ଏବେ ଇଣ୍ଟର୍‌ନେଟ୍‌ରେ ବିତର୍କର ବିଷୟ ହୋଇଛି । ବାହ୍ୟ ଦେଶରୁ କନ୍ୟା ଆମଦାନି କରିବାର ଅର୍ଥ ନୈତିକତା ଦୃଷ୍ଟିରୁ ଭୁଲ ଏବଂ ଏକ ପ୍ରକାର ମାନବ ତସ୍କରୀ ସହ ସମାନ । ଏଥିରେ ସାଂସ୍କୃତିକ ଅସମାନତା ସମସ୍ୟା ହେବ । ପରିବାରରେ ଭାଷା ବିଭିନ୍ନତା ମଧ୍ୟ ଦେଖାଦେବ ବୋଲି ବିରୋଧୀ କହିଛନ୍ତି । 

ଅନ୍ୟପକ୍ଷେ, କିଛି ଏହି ବିଚାରକୁ ସମର୍ଥନ କରିଛନ୍ତି । ଏହା ଦ୍ୱାରା ବିବାହ ସମ୍ଭାବନାର ମାର୍ଗ ଖୋଲିବ ଏବଂ ପତ୍ନୀ ଖୋଜା ଜରିଆରେ ଚାପରେ ରହୁଥିବା ପୁରୁଷ ଚାପମୁକ୍ତ ହୋଇପାରିବେ ବୋଲି ସେମାନେ ଦର୍ଶାଇଛନ୍ତି । ଚୀନ୍‌ରେ ଏବେ ଅନ୍ତର୍ଜାତୀୟ ବିବାହ ଟ୍ରେଣ୍ଡ୍‌ ବଢୁଥିବାବେଳେ ଡୋୟିନ୍‌ ଭଳି ମାଟ୍ରିମୋନି ସଂସ୍ଥାରେ ଚୀନ୍‌ ପୁରୁଷ ବିବାହ ଲାଗି ଅନ୍ୟ ଦେଶର ମହିଳାଙ୍କୁ ଖୋଜୁଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.