ନୂଆଦିଲ୍ଲୀ,୩୦।୧୦: ଜାରି ରହିଛି ହମାସ-ଇସ୍ରାଏଲ ଲଢେଇ। ଏହାର ପ୍ରଭାବରେ ଗାଜାରେ ପରିସ୍ଥିତି ଦିନକୁ ଦିନ ହେବାରେ ଲାଗିଛି ସଙ୍ଗୀନ। ଗାଜାରେ ମାନବୀର ଦାୟିତ୍ବବୋଧକୁ ନେଇ ଏବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛି ଆମେରିକା। ଓ୍ବାଶିଂଟନ ପକ୍ଷରୁ ଇସ୍ରାଏଲକୁ ଦିଆଯାଇଥିବା୩୦ ଦିନର ସମୟ ମଧ୍ୟ ପ୍ରାୟ ସରିବାକୁ ଲାଗିଲାଣି। ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍ ଗ୍ରୀନ୍ଫିଲ୍ଡ ଗାଜାରେ ‘ବିନାଶକାରୀ ମାନବୀୟ ସଙ୍କଟ’ ଉପରେ ଚିନ୍ତା ବ୍ୟକ୍ତି କରି କହିଛନ୍ତି, ଇସ୍ରାଏଲର କଥା ସହ କାମ ମଧ୍ୟ ସମାନ ହେବା ଉଚିତ। ବର୍ତ୍ତମାନ ଏଭଳି ଯେହେତୁ ହେଉନି । ଏଥିରେ ତୁରନ୍ତ ପରିବର୍ତ୍ତନ ହେବା ଦରକାର।’
୧୩ ଅକ୍ଟୋବରରେ ଇସ୍ରାଏଲକୁ ଆମେରିକା କହିଥିଲା ତାକୁ ଗାଜାରେ ମାନବୀୟ ସଙ୍କଟକୁ ଦୂର କରିବା ପାଇଁ ୩୦ ଦିନ ଭିତରେ ପଦକ୍ଷେପ ଗ୍ରହଣ କରିବା ଦରକାର। ନଚେତ ତାକୁ ଅନ୍ୟ ସମ୍ଭାବିତ ପରିଣାମ ଭୋଗିବାକୁ ହେବ। ଏପରିକି ଆମେରିକା ସେନା ସହାୟତା ହରାଇବାର ସମ୍ଭାବନା ବଢିବ। ଏହି ଦାବି ନିକଟରେ ଇସ୍ରାଏଲ ସଂସଦ ନେଇଥିବା ପଦକ୍ଷେପ ପରେ କରାଯାଇଛି। ୟୁଏନ୍ ପାଲେଷ୍ଟାଇନ୍ ରିଲିଫ୍ ଏଜେନ୍ସି, (UNRWA) , ଯାହାକି ପାଲେଷ୍ଟାଇନୀୟମାନଙ୍କୁ ଗୁରୁତ୍ବପୂର୍ଣ୍ଣ ସ୍ୱାସ୍ଥ୍ୟ ଏବଂ ଶିକ୍ଷାଗତ ସହାୟତା ଯୋଗାଇଥାଏ। ପୂର୍ବ ଜେରୁଜେଲମ, ଗାଜା ଏବଂ ଓ୍ବେଷ୍ଟବ୍ୟାଙ୍କର କିଛି ଅଂଶରେ UNRWA କୁ ରୋକିବା ପାଇଁ ଇସ୍ରାଏଲର ସଂସଦ ଭୋଟିଂ ହୋଇଥିଲା। ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା UNRWA ର ହମାସ ସହ ସମ୍ପର୍କ ରହିଛି।
ଏହି ଘଟଣା ଲିଣ୍ଡା ଥୋମାସ ବିଶେଷକରି ଉତ୍ତର ଗାଜାକୁ ଖାଦ୍ୟ ଏବଂ ଔଷଧ ଭଳି ଆବଶ୍ୟକୀୟ ସହାୟତା ଯୋଗାଇବାକୁ କହିଥିଲେ। ଏହା ସହ ସେହି ଅଞ୍ଚଳର ସହାୟତା କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ଲିଣ୍ଡା ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।
ସେ କହିଛନ୍ତି, “ଆମେରିକା ସ୍ପଷ୍ଟ ଭାବେ କହିଛି ଯେ ଇସ୍ରାଏଲ ନିଶ୍ଚିତ ଭାବରେ ଗାଜାରେ ସମସ୍ତଙ୍କୁ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅନୁମତି ଦେଉ - ବିଶେଷ କରି ଉତ୍ତର ଗାଜା। ଥୋମାସ-ଗ୍ରୀନଫିଲ୍ଡ ଆହୁରି ମଧ୍ୟ କହିଛନ୍ତି ଯେ ଇସ୍ରାଏଲର ସଂସଦରେ ପାସ୍ ହୋଇଥିବା UNRWA ନିଷେଧାଦେଶକୁ ନେଇ ଆମେରିକାର ପ୍ରକୃତରେ ଚିନ୍ତା ଅଛି । ଗାଜାକୁ ସହାୟତା ପ୍ରଦାନ ପାଇଁ ଏହି ସଂଗଠନର କୌଣସି ବିକଳ୍ପ ନାହିଁ।