ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କାନାଡାରେ ଦିଓ୍ବାଲୀ ସମାରୋହ ବାତିଲ୍ କଲେ ବିପକ୍ଷୀ ନେତା, ପ୍ରବାସୀ ଭାରତୀୟଙ୍କ ଭିତରେ ଅସନ୍ତୋଷ…

Published By : Ladu Kishor | October 30, 2024 11:09 PM

ନୂଆଦିଲ୍ଲୀ : କାନାଡାରେ ବିରୋଧୀ ଦଳର ନେତାଙ୍କ କାର୍ଯ୍ୟାଳୟ ପାର୍ଲିଆମେଣ୍ଟ ହିଲରେ ବାର୍ଷିକ ଦିୱାଲୀ ଉତ୍ସବକୁ ବାତିଲ କରିଦେଇଛି । ଏହି କାର୍ଯ୍ୟକ୍ରମ ଭାରତୀୟ-କାନାଡିୟ ସମ୍ପ୍ରଦାୟ ପାଇଁ ଆୟୋଜିତ ହୋଇଥାଏ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତ ସହ କୂଟନୈତିକ ବିବାଦ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଭାରତୀୟ କାନାଡିୟ ସମ୍ପ୍ରଦାୟ ଏକ ଖୋଲା ଚିଠିରେ ବିରୋଧୀ ଦଳର ନେତା ପିଅର ପୋଏଲିଭରେଙ୍କୁ “ଜାତିଗତ ପକ୍ଷପାତିତା” ଅଭିଯୋଗ କରି ଏକ ଚିଠି ଲେଖିଛନ୍ତି। ଏହି କାର୍ଯ୍ୟକ୍ରମର ଆୟୋଜକ, ଭାରତୀୟ ବିଦେଶୀ ଗୋଷ୍ଠୀ ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ କାନାଡାକୁ ଅକ୍ଟୋବର ୩୦ ରେ ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମ ବାତିଲ ପାଇଁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ସୂଚନାଥାଉକି ଗତ ବର୍ଷ କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜରଙ୍କୁ ହତ୍ୟା କରାଯାଇଥିଲା। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ଗତ କିଛି ସପ୍ତାହ ମଧ୍ୟରେ ଏହି ତିକ୍ତତା ଶିଖରରେ ପହଞ୍ଚିଛି । 

ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିବାରୁ ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ କାନାଡାର ଅଧ୍ୟକ୍ଷ ଶିବ ଭାସ୍କର ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଗତ ୨୩ ବର୍ଷ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ବିରୋଧୀଦଳର ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ଏବଂ ଯେଉଁଥିରେ ହିନ୍ଦୁ, ବୌଦ୍ଧ, ଜୈନ ଏବଂ ଶିଖମାନେ ଅଂଶଗ୍ରହଣ କରୁଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.