ଭୁବନେଶ୍ୱର ୧୬/୦୩: ଫ୍ୟାଟି ଲିଭର ଏକ ଗମ୍ଭୀର ସମସ୍ୟା । ଏଥିରେ ଲିଭର୍ରେ ଅତିରିକ୍ତ ଫ୍ୟାଟ ଜମା ହୋଇଯାଇଥାଏ । ଫ୍ୟାଟ୍ ବଢିବା ଯୋଗୁ ଲିଭର୍କୁ କ୍ଷତି ପହଞ୍ଚିଥାଏ । ଏହି ସମସ୍ୟା ଧୀର୍ଘଦିନ ରହିବା ଦ୍ୱାରା ଲିଭର୍ ସୋରିଆସିସ୍ର ଆଶଙ୍କା ବଢିଥାଏ । ଏକ ସର୍ଭେରୁ ଜଣାପଡିଛି ଯେ ସପ୍ତାହକୁ ୪ ଘଣ୍ଟା ବ୍ୟାୟାମ କରିବା ଦ୍ୱାରା ଫ୍ୟାଟି ଲିଭର୍ କମ୍ ହୋଇଥାଏ । ଦୁନିଆର ଏକ ଚତୁର୍ଥାଶଂ ଲୋକ ଫ୍ୟାଟି ଲିଭର୍ ସମସ୍ୟାରେ ପୀଡିତ । ଏହା ଲିଭର୍ କର୍କଟର ଆଶଙ୍କା ବଢାଇଥାଏ । ସାଇକେଲିଂ ଓ ଜଗିଙ୍ଗ୍ ଦ୍ୱାରା ଏହି ସମସ୍ୟାକୁ କମ୍ କରାଯାଇପାରିବ । ସପ୍ତାହକୁ ୪ ଘଣ୍ଟା ସାଇକେଲିଂ ବା ଜଗିଙ୍ଗ୍ କରିବା ଦ୍ୱାରା ଫ୍ୟାଟି ଲିଭର୍ ୩୦ ପ୍ରତିଶତ ଯାଏ କମିପାରେ । ‘ଏସିଆନ୍ ପ୍ୟାସିଫିକ୍ ଆସୋସିଏସନ୍ ଫର୍ ଦ ଷ୍ଟଡି ଅଫ୍ ଦ ଲିଭର୍’ ପକ୍ଷରୁ ଏହା କୁହାଯାଇଛି ।
ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁ ଏହି ସମସ୍ୟା ତୀବ୍ର ବେଗରେ ବଢିଚାଲିଛି । ଫ୍ୟାଟି ଲିଭର୍ ଯୋଗୁ ଲିଭର୍ରେ ଯନ୍ତ୍ରଣା, ଲିଭର୍ ସୋରିଆସସ୍ ଓ ଲିଭର୍ କର୍କଟ ହେବାର ଆଶଙ୍କା ବଢିଥାଏ । ସନ୍ତୁଳିତ ଖାଦ୍ୟପାନୀୟ ସାଙ୍ଗକୁ ବ୍ୟାୟାମ କରିବା ଦ୍ୱାରା ମେଟାବୋଲିକ୍ ଆସୋସିଏଟେଡ୍ ଫ୍ୟାଟି ଲିଭ୍ ରୋଗରୁ ମୁକ୍ତି ମିଳିପାରିବ । ଏହି ସମସ୍ୟା ପ୍ରାୟତଃ ମୋଟା ଲୋକମାନଙ୍କଠାରେ ବେଶୀ ଦେଖା ଦେଇଥାଏ ।
ନିଜର ଓଜନ ଉପରେ ଲଗାତାର ନଜର ରଖିବା ଜରୁରି । ଯଦି ସମ୍ଭବ ସପ୍ତାହକୁ ଥରେ ଓଜନ ଯାଞ୍ଚ କରନ୍ତୁ । କମ୍ କ୍ୟାଲୋରୀଯୁକ୍ତ ଡାଏଟ୍ ନେବା ଜରୁରି । ୫ ପ୍ରତିଶତ ଓଜନ କମିବା ଦ୍ୱାରା ଲିଭରରୁ ଫ୍ୟାଟ୍ କମିବା ସହଜ ହୋଇଥାଏ । ୧୦ ପ୍ରତିଶତରୁ ଅଧିକ ଓଜନ କମିବା ଦ୍ୱାରା ଲିଭର୍ ଫାଇବ୍ରୋସିସ୍ରେ ସୁଧାର ଆସିଥାଏ ।
ଗାଇଡ୍ ଲାଇନ ଅନୁସାରେ ଶସ୍ୟଜାତୀୟ ଖାଦ୍ୟ, ଡ୍ରାଏ ଫୁଡ୍ସ ଓ ସିଡ୍ସ, ଫଳ ଓ ପନିପରିବା ଏବଂ ଅଲିଭ୍ ଅଏଲ୍ଯୁକ୍ତ ଡାଏଟ୍ ନେବା ଦ୍ୱାରା ମେଟାବୋଲିକ୍ ଆସୋସିଏଟେଡ୍ ଫ୍ୟାଟି ଲିଭର୍ ଡିଜିଜ୍ ରୋଗୀଙ୍କଠାରେ ମଧୁମେହ-୨, ହୃଦ୍ଘାତ, ଫ୍ୟାଟି ଲିଭର୍ ଓ ଫାଇବ୍ରୋସିସ୍ର ରିସ୍କ କମ୍ ରହିଥାଏ ।
ଦିନକୁ ୩ କପ୍ କଫି ପିଇବା ଲାଭଦାୟକ ହୋଇଥାଏ । ଏରୋବିକ୍ ବ୍ୟାୟାମ କରିବା ଦ୍ୱାରା ହୃଦ୍ସ୍ପନ୍ଦନ ବଢିବା ସହ ମାଂସପେଶୀ ଓ ଅନ୍ୟାନ୍ୟ ଅଙ୍ଗକୁ ଅମ୍ଲଜାନ ପ୍ରବାହରେ ସୁଧାର ଆସିଥାଏ । ସପ୍ତାହକୁ ୧୩୫ ମିନିଟ୍ର ଏରୋବିକ୍ ବ୍ୟାୟାମ ଲାଭଦାୟକ ।