ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଶ ଅଗ୍ରୱାଲଙ୍କୁ ଆଶ୍ବସ୍ତି,NBW ଉପରେ ରୋକ ଲଗାଇଲେ ହାଇକୋର୍ଟ

Published By : Anindita Ratha | February 7, 2025 2:54 PM

ଭୁବନେଶ୍ବର,୦୭/୦୨: ମାଲକାନଗିରି ପୂର୍ବତନ ଜିଲ୍ଲପାଳ ମନିଷ ଅଗ୍ରୱାଲଙ୍କୁ ବଡ଼ ଆଶ୍ବସ୍ତି। ନିମ୍ନ ଅଦାଲତଙ୍କ NBW ଉପରେ ରୋକ ଲଗାଇଲେ ହାଇକୋର୍ଟ। ମାଲକାନଗିରି ଏସଡିଜେଏମ କୋର୍ଟ ଜାରି କରିଥିଲେ ଜାମିନ ବିହୀନ ଗିରଫ ପରୱାନା। ନିଜ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ  ହାଜର ହେବାକୁ ଜାରି ହୋଇଥିଲା ସମନ। ଦୁଇ ଦୁଇ ଥର ସମନ ସତ୍ତ୍ବେ କୋର୍ଟରେ ହାଜର ନ ହେବାରୁ ଜାରି ହୋଇଥିଲା NBW।

ତେବେ  ଗତ ୨୦୧୯ ଡିସେମ୍ବର ୨୭ରେ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଥିଲେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା । ଦିନକ ପରେ ମାଲକାନଗିରି ସତିଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ଠାବ ହୋଇଥିଲା । ବ୍ୟକ୍ତିଗତ ସହାୟକ ଦେବ ନାରାୟଣଙ୍କୁ ହତ୍ୟା କରାଯାଇଥିବା ନେଇ ପତ୍ନୀ ବନଜା ପଣ୍ଡା ଅଭିଯୋଗ ଆଣିଥିଲେ । ପ୍ରଥମେ ମାଲକାନଗିରି କୋର୍ଟ ପରେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।  ଏହାପରେ  ମାଲକାନଗିରି ଏସଡିଜେଏମ କୋର୍ଟରେ ଶୁଣାଣି ପାଇଁ ମନୀଷ ଅଗ୍ରୱାଲ ଓ ତାଙ୍କ ୩ ସହଯୋଗୀ ଅବସର ପ୍ରାପ୍ତ ଓଆରଏସ ଅଧିକାରୀ ଭଗବାନ ପାଣିଗ୍ରାହୀ, ଡାଟା ଏଣ୍ଟ୍ରି ଅପରେଟର ଭି. ବେଣୁ ଓ ଷ୍ଟେନୋଗ୍ରାଫର ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କୁ ଏସଡିଜେଏମ କୋର୍ଟ ବାରମ୍ବାର ସମନ ହୋଇଥିଲା।  କିନ୍ତୁ ସେମାନେ  କୋର୍ଟରେ ଉପସ୍ଥିତ ନ ରହି ସମୟ ଗଡାଉଥିବାରୁ ମାଲକାନଗିରି ଏସଡିଜେଏମ ଏନବିଡବ୍ଲୁ ଜାରି କରିଥିଲେ। କିନ୍ତୁ ବର୍ତ୍ତମାନ ଏନବିଡବ୍ଲୁ  ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.