ହାଇଦ୍ରାବାଦ, ୭।୭: ଜବତ ହେଲା ପାଖାପାଖି ୩ଲକ୍ଷର ବିଦେଶୀ ସୁନା । କୋଲକାତାରୁ ହାଇଦ୍ରାବ୍ରାଦ ଚାଲାଣ ହେଉଥିବା ବେଳେ ଗତ ଶନିବାର ଏହି ସୁନା ଜବତ ହୋଇଥିବା ଜଣାପଡ଼ିଛି । ପୋଲିସର ସ୍ୱତନ୍ତ୍ର ଟିମ୍ ବିଦେଶୀ ସୁନାର ଏହି ଚୋରା ଚାଲାଣ ଉପରେ ନଜର ରଖିଥିବା ବେଳେ କୋଲକାତାରୁ ଏକ ବସ୍ ଯୋଗେ ଏହି ସୁନା ହାଇଦ୍ରାବାଦକୁ ପଠାଯାଉଥିଲା । କୋଲକାତାରୁ ହ୍ରାଇଦ୍ରାବାଦ ଯାଉଥିବା ବସ୍ରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀ ୨ ଅଭଯୁକ୍ତଙ୍କୁ ଅଟକ ରଖିଛି ।
ତେବେ ଖୁବ୍ ଚତୁରତାର ସହ ଚାଲାଣ ହେଉଥିଲା ସୁନା । ଏହି ଦୁଇ ଅଭିଯୁକ୍ତ ସୁନାକୁ କପଡ଼ାରେ ଗୁଢ଼ାଇ ନିଜ ଅଣ୍ଟାରେ ବାନ୍ଧି ଚାଲାଣ କରୁଥିଲେ । ମିଳିଥିବା ସୂଚନାନୁସାରେ, ଜବତ ହୋଇଥିବା ସୂନାର ମୂଲ୍ୟ ୩ ହଜାର ୯୮୨ ଗ୍ରାମ୍ ହୋଇଥିବା ବେଳେ ଏହାର ମୂଲ୍ୟ ୨ କୋଟି ୮୯ ଲକ୍ଷ ୯୦ ହଜାର ୭୮୦ ବୋଲି ଜଣାପଡ଼ିଛି । ଏଥିସହ ଅଟକ ରଖିଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।