ପ୍ରମୂଖ ଖବର
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ଆଜି ସକାଳ ୮ଟାରୁ ଭୁବନେଶ୍ୱରରେ ବିମାନସେବା ସ୍ୱାଭାବିକ

ଭୁବନେଶ୍ବର,୨୫/୧୦:ବାତ୍ୟା ‘ଦାନା’ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିବା ବେଳେ ଆଜି ତାହା ସ୍ୱାଭାବିକ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ବାତ୍ୟା ‘ଦାନା’ ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କଲା ସ୍ଥଳଭାଗ। ଏହାପରେ  ଆଜି ସକାଳ ୮ଟାରୁ ଭୁବନେଶ୍ୱରରେ ବିମାନସେବା ସ୍ୱାଭାବିକ ହୋଇଥିବା ନେଇ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। 

ତେବେ  ବାତ୍ୟା ପାଇଁ କାଲି ସନ୍ଧ୍ୟା ୫ଟାରୁ ଉଡ଼ାଣ ବାତିଲ ହୋଇଥିଲା । ଗତକଶଲି ମଧ୍ୟ ରାତ୍ରରେ ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ଦାନା’।  ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ‘ଦାନା’ ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଏଥିସହ କିଛି ସ୍ଥାନକୁ ଛାଡି ବାକି ସମସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ରହିଛି । ଖାସ୍‌ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ଦେଖିବାକୁ ମିଳିଛି । ତେବେ ବାତ୍ୟା ପରେ ସ୍ଥିତି ସ୍ବାଭାବିକ ଥିବାରୁ ବିମାନ ଚଳାଚଳା ପାଇଁ ନିଷ୍ପତ୍ତି ନିଆଯାଇଛି । ସକାଳ ୮ଟାରୁ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଉଡିବା ପାଇଁ ସୂଚନା ଦିଆଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.