ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସୀମାନ୍ତରେ ୫ ମାଓବାଦୀଙ୍କ ଆତ୍ମ ସମର୍ପଣ

Published By : Gurupada Nath | December 8, 2024 11:03 PM

ମାଲକାନଗିରି, ୮/୧୨ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସରକାରଙ୍କ ଆତ୍ମ ସମର୍ପଣ ନୀତିରେ ପ୍ରଭାବିତ ହୋଇ ମାଓ ସଂଗଠନରେ ସକ୍ରିୟ ୫ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି l ସୂଚନା ଅନୁସାରେ ଛତିଶଗଡ ସୁକମା ଜିଲ୍ଲାର ସମ୍ବେଦନଶୀଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଲଗାତାର ସର୍ଚ୍ଚ ଅପେରସନ ଏବଂ ମାଓ ପ୍ରଭାବିତ ଅଂଚଳରେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ସ୍ଥାପିତ ହେବା ଯୋଗୁଁ ମାଓ ସଂଗଠନରେ ସକ୍ରିୟ ମାଓବାଦୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି l ସେହିଭଳି ପାଞ୍ଚ ଜଣ ମାଓବାଦୀ ବିନା ଅସ୍ତ୍ରଶସ୍ତ୍ରରେ ଗ୍ରାମବାସୀ ବେଶଭୁଷାରେ ସୁକମା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୁକମା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।

ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଲେ ମାଡ଼ବି ରାଜୁ, ଦେବା ମାଡ଼ବି, ସୁନ୍ନମ ଭେଙ୍କଟସ, କୱାସୀ ହିଡ଼ମା, ସୋଡି ଗଙ୍ଗା। ୫ଜଣ ଆତ୍ମ ସମର୍ପଣ କରିଥିବା ମାଓବାଦୀ ମାଓ ସଂଗଠନର ଅମାନବୀୟ, ଭିତ୍ତିହୀନ ଚିନ୍ତାଧାରା ସହ ବଡ଼ ମାଓ ନେତା ସେମାନଙ୍କ ଶୋଷଣ, ଅତ୍ୟାଚାର, ଭେଦଭାବ କରୁଥିବାରୁ ସେମାନେ ଆତ୍ମସମର୍ପଣ କରିଛନ୍ତି ବୋଲି ସୁକମା ଜିଲ୍ଲା ଇନ୍ସପେକ୍ଟର ନକ୍ସଲ ସେଲର ରୋଶନ ସିଂ ରାଜପୁତ କହିଛନ୍ତି । ଏହାସହ ଏହି ଆତ୍ମ ସମର୍ପଣ କରିଥିବା ମାଓବାଦୀମାନଙ୍କୁ ଛତିଶଗଡର ନକ୍ସଲବାଦ ବିଲୋପ ଏବଂ ପୁନର୍ବାସ ନୀତି ଅଧୀନରେ ସହାୟତା ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯିବା ନେଇ ସୁକମା ପୁଲିସ ପକ୍ଷରୁ କୁହାଯାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.