ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାଓବାଦୀ ଲିଡର ନାଁରେ ଟଙ୍କା ଆଦାୟ କରି ୫ ଗିରଫ

Published By : Gurupada Nath | December 8, 2024 8:43 PM

ମାଲକାନଗିରି /ଚିତ୍ରକୋଣ୍ଡା,୮/୧୨ : ମାଓବାଦୀ ଲିଡର ହିଡ଼ମା ଓ ତାଙ୍କ ସହଯୋଗୀ ନାମରେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ମାଲକାନଗିରି ଡିଏସପି ଲକ୍ଷ୍ମୀଧର ସ୍ୱାଇଁ ଓ ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଲକା ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତର ନାଏବ ସରପଞ୍ଚ ଭକ୍ତରାମ ଶୀଶା ଚିତ୍ରକୋଣ୍ଡା ଥାନାରେ ଏହି ମାସ ୩ ତାରିଖରେ ଅଭିଯୋଗ କରିଥିଲେ । ଏହାପରେ ଚିତ୍ରକୋଣ୍ଡା ପୋଲିସ ଏହା ଉପରେ ପଦକ୍ଷେପ ନେଇ ଭକ୍ତରାମଙ୍କ ଅଭିଯୋଗ ଆଧାରରେ ମନ ପାଙ୍ଗି (୪୬), ଏମ ନାରାୟଣ((୩୧), ଜଗୁ ହନ୍ତାଳ(୫୨), ବିନୋଦ ଜେନା(୩୧), ଉମାକାନ୍ତ ମାଧେଭି(୨୫) ୫ଜଣଙ୍କୁ ଥାନାକୁ ଆଣିଥିଲା । ସେମାନଙ୍କୁ ପଚରାଉଚରା ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣ ବଡ଼ ପଦର ଅଞ୍ଚଳର ସ୍ଥାନୀୟ ଲୋକ ଏବଂ ଆଉ ଦୁଇ ଜଣ ମାଲକାନଗିରିର ଅଟନ୍ତି।

ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ମୋବାଇଲ ୩ଟି ଜବତ କରାଯାଇଛି। ଏହି ୫ଜଣ ମିଶି ଲୋକଙ୍କଠାରୁ ମାଓବାଦୀ ଲିଡର ହିଡ଼ମାର ସହଯୋଗୀ ନାମରେ ଟଙ୍କା ଆଦାୟ, ଶୋଷଣ ଓ ପ୍ରଜକୋର୍ଟରେ ଜୀବନରେ ମାରି ଦେବାକୁ ଦମକ ଦେଇ ଭୟଭୀତ କରିଥିଲେ । ନାୟବ ସରପଞ୍ଚ ଓ ଜଣେ ସାମ୍ବାଦିକଙ୍କୁ ପ୍ରଜାକୋର୍ଟରେ ଡାକି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଆଜି ଏହି ପାଞ୍ଚ ନ କଲି ମାଓବାଦୀଙ୍କୁ ଚିତ୍ରକୋଣ୍ଡା ପୋଲିସ   ଗିରଫ କରିଛି ଓ ତାଙ୍କଠାରୁ ଏକ ବନ୍ଧୁକ, ମାଓବାଦୀ ଚିଠି, ୩ଟି ମୋବାଇଲ ଜବତ କରି ଚିତ୍ରକୋଣ୍ଡା ଥାନାରେ କେଶ ନମ୍ବର ୨୦୪/୨୪ ଅନୁଯାୟୀ କେସ ରୁଜୁ କରି କୋର୍ଟ ଚାଲାଣ କରିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.