ପ୍ରମୂଖ ଖବର
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠରେ ଅଗ୍ନିକାଣ୍ଡ, ଦୀପ ଷ୍ଟାଣ୍ଡରୁ ଲାଗିଲା ନିଆଁ

Published By : Ankita S | June 11, 2025 3:15 PM

ନିଶ୍ଚିନ୍ତକୋଇଲି,୧୧/୦୬: କଟକ ନିଶ୍ଚିନ୍ତକୋଇଲି ନେମାଳ ପଦ୍ମବନ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଅଗ୍ନିକାଣ୍ଡ ହୋଇଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହେଉଥିବା ବେଳେ ଅଘଟଣ ଘଟିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଥିବା ବେଳେ ହଠାତ ନିଆଁ ଲାଗିଥିଲା । କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ମହାପୁରୁଷଙ୍କ ଗାଦି ସମ୍ମୁଖରେ ରଖା ଯାଇଥିବା ଦୀପଷ୍ଟାଣ୍ଡରୁ ନିଆଁ ଲାଗିଥିଲା । ଥାକ ଥାକ ହୋଇ ରହିଥିବା ଦୀପ ଗୁଡ଼ିକ ଢ଼ଳି ହୋଇଯିବାରୁ ଲାଗିଥିଲା ନିଆଁ । ନିଆଁ ବଢି ଉପରେ ଲାଗିଥିବା ପାଲ ପର୍ଯ୍ୟନ୍ତ ଉଠିଯାଇଥିଲା। ଯାହାକୁ ନେଇ କିଛି ସମୟ ଭିତରେ ପୀଠ ପରିସରରେ ଧାଁ ଦୌଡ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା। ଏହା ଦେଖି ସଙ୍ଗେ ସଙ୍ଗେ ସେବାୟତ, ପୋଲିସ କର୍ମଚାରି ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ପାଲ ପଯ୍ୟନ୍ତ ନିଆଁ ଉଠିଥିବା ବେଳେ ସୈାଭାଗ୍ୟବସତଃ ପାଲକୁ ନିଆଁ ଧରିନଥିଲା । ଫଳରେ ଏକ ବଡ ଅଗ୍ନି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ମିଳିଛି ।

  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.