ମଙ୍ଗଳପୁର,୧୫/୫: ଋଣ ଭାର ସହି ନପାରି ଚାଷୀଙ୍କ ଆତ୍ମହତ୍ୟା। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୟାଁ ପଞ୍ଚାୟତ ଅଧିନସ୍ତ ମାଧପୁର ଗ୍ରମାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅନନ୍ତ ଜେନାଙ୍କ ପୁଅ ମହେଶ୍ୱର ଜେନା (୫୨ ବର୍ଷ) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ସୂଚନାନୁଯାୟୀ, ଅନନ୍ତ ସବୁ ଦିନ ପରି ଆଜି ସକାଳୁ ଉଠି କ୍ଷେତକୁ ଯାଇଥିଲେ। ବିଲରେ ଅଧିକାଂଶ ଧାନ ଅଗାଡି ହୋଇଯାଇଥିବା ଦେଖି ଏକ ଚାକୁଣ୍ଡା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଅନ୍ୟ ଚାଷୀମାନେ ବିଲକୁ ଯିବା ସମୟରେ ଅନନ୍ତଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏନେଇ ମଙ୍ଗଳପୁର ପୋଲିସକୁ ଖବର ଦିଆଯାଇଛି।
ପ୍ରକାଶ ଥାଉକି, ମହେଶ୍ୱର ନିଜ ପରିବାର ପୋଷିବା ପାଇଁ ଚାଷ ଉପରେ ନିର୍ଭୟ କରନ୍ତି। ଏହି ଚାଷ ପାଇଁ ସେ ହାତ ଉଦ୍ଧାର କରିଛନ୍ତି। ଚାଷ ନଷ୍ଟ ହୋଇଯିବା ଯୋଗୁଁ ସେ ଚିନ୍ତାରେ ଆତ୍ମହତ୍ୟା କରିଥିବା ଗ୍ରାମବାସୀମାନେ ଆଲୋଚନା କରୁଛନ୍ତି। ତାଙ୍କର ୨ଟି ପୁଅ ଓ ୨ ଟି ଝିଅ ଅଛନ୍ତି।