ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଏଆଇରେ ହ୍ୟାକ୍‌ ହୋଇପାରେ ଇଭିଏମ୍‌ , ଏଲନ ମସ୍କଙ୍କ ଦାବିରେ ପୁଣି ଆକ୍ଟିଭ୍‌ ହେଲେ ଅଖିଲେଶ

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପରେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନକୁ ନେଇ ଯଦିଓ ସେହିପରି ପ୍ରଶ୍ନ ଉଠିନାହିଁ, ଯେଉଁଭଳି ଗତଥର ଉଠିଥିଲା। କିନ୍ତୁ ଏବେ ଏଲନ ମସ୍କଙ୍କ ଦାବି ସାମନାକୁ ଆସିବା ପରେ ପୁଣି ଥରେ ଇଭିଏମ୍‌କୁ ନେଇ ବିରୋଧୀ ମେଣ୍ଟ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଛନ୍ତି। ଅଖିଳେଶ ଯାଦବ ରବିବାର ନିଜର ପୁରୁଣା ରାଗକୁ ପୁଣି ଥରେ ଜାଗ୍ରତ କରିଛନ୍ତି। ଏଲନ ମସ୍କଙ୍କ ଖବରର ପୋଷ୍ଟକୁ ସେୟାର କରି କହିଛନ୍ତି ଯେ, ଆଗାମୀ ସବୁ ନିର୍ବାଚନ ଇଭିଏମ୍‌ର ସ୍ଥାନରେ ବାଲାଟ ପେପରରେ ହେବ। ଅଖିଲେଶ ଯାଦବ ବିଜେପି ଉପରେ ଟାର୍ଗେଟ୍ କରି ଏହା ବି ପଚାରିଛନ୍ତି ଯେ, ଇଭିଏମ୍‌ରେ ନିର୍ବାଚନକୁ ନେଇ ବିଜେପି କାହିଁକି ଜିଦି ଧରି ବସୁଛି। ଅଖିଳେଶଙ୍କ ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ କହିଥିଲେ , ଇଭିଏମ୍‌ ଏକ ବ୍ଲାକ୍‌ ବକ୍ସ। ଏହା କାହାକୁ ବି ଯାଞ୍ଚ କରିବାର ଅନୁମତି ନାହିଁ। 

ଅଖିଳେଶ ଯାଦବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି , ଟେକ୍ନୋଲଜି ସମସ୍ୟାକୁ ଦୂର କରିବା ପାଇଁ ହୋଇଥାଏ , ଯଦି ତାହା ମୁସ୍କିଲର କାରଣ ହୋଇଯାଏ , ତ ଏହାର ବ୍ୟବହାର ବନ୍ଦ କରି ଦେବା ଉଚିତ୍‌। ସେ କହିଛନ୍ତି ଆଜି ଯେତେବେଳେ ବିଶ୍ୱର ଅନେକ ନିର୍ବାଚନରେ ଇଭିଏମ୍‌କୁ ନେଇ ଗଡ଼ବଡ଼ର ଆଶଙ୍କା କରାଯାଉଛି ଏବଂ ବିଶ୍ୱର ଜଣାଶୁଣା ଟେକ୍ନୋଲଜି ବିଶେଷଜ୍ଞମାନେ ଇଭିଏମ୍‌ରେ ଠକାମୀର ବିପଦ ବିଷୟରେ ଖୋଲାଖୋଲି ଲେଖୁଛନ୍ତି , ତ ପୁଣି ଇଭିଏମ୍‌ର ବ୍ୟବହାର ପାଇଁ ଜିଦି କରିବା ପଛର କାରଣ କଣ ? ଏହି କଥା ବିଜେପି ସ୍ପଷ୍ଟ କରୁ। କହିଛନ୍ତି ଆଗାମୀ ସବୁ ନିର୍ବାଚନ ବାଲାଟ୍‌ ପେପର (ମତପତ୍ର)ରେ କରାଇବାକୁ ନିଜର ଦାବିକୁ ଆମେ ପୁଣି ଦୋହରାଉଛୁ।

ଉଲ୍ଲେଖନୀୟ ଯେ, ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରସିଦ୍ଧ ଟେସ୍ଲାର ସିଇଓ ଏଲନ ମସ୍କ ଶନିବାର ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌( ଇଭିଏମ୍‌)କୁ ନେଇ ଦାବି କରିଛନ୍ତି କି ଇଭିଏମ୍‌କୁ ହ୍ୟାକ୍‌ କରାଯାଇ ପାରେ ଏବଂ ଏହାକୁ ବନ୍ଦ କରାଯିବା ଉଚିତ୍। ଏହାସହ ସେ ଆମେରିକୀୟ ନିର୍ବାଚନରୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌(ଇଭିଏମ)କୁ ହଟାଇବାକୁ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.