ଝାରସୁଗୁଡ଼ା, ୧୮/୦୭ : ଝାରସୁଗୁଡ଼ା ବନ୍ଧବାହାଲରେ ଚାଲିଲା ମୋହନ ସରକାରର ପ୍ରଥମ ବୁଲଡୋଜର। ଅପରାଧିକ ମାମଲାରେ ଜଡିତ ଥିବା ଏମଡି ସୋନୁ ଜବରଦଖଲ କରିଥିବା ବନ୍ଧବାହାଲ ସ୍ଥିତ ଥିବା ମାଂସ ଦୋକାନ, ଗ୍ୟାରେଜ୍ ଓ ରାସନ ଦୋକାନ ଆଦିରେ ବୁଲଡୋଜର ଚଢାଇ ଜବରଦଖଲ ଉଛେଦ କରାଯାଇଛି। ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବରଦଖଲ ଉଛେଦ କରାଯିବ।
ସୂଚନାନୁଯାୟୀ, ବନ୍ଧବାହାଲର ଏମଡି ସୋନୁଙ୍କ ନାଁରେ ଚାରୋଟି ଅପରାଧିକ ମାମାଲା ରହିଛି। ଏତଦ୍ ବ୍ୟତୀତ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୩୦ଟି ଅପରାଧିକ ମାମଲା ରହିଛି। ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ମୋହନ ସରକାରଙ୍କ ଏହି କଡା ଆଭିମୁଖ୍ୟ ଗ୍ରହଣ କରି ବନ୍ଧବାହାଲରେ ଏହି ଜବରଦଖଲ ଉଛେଦ କରାଯାଇଛି।