ପ୍ରମୂଖ ଖବର
  • ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ ସଂଘ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ
  • ||
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଏଲନ୍ ମସ୍କଙ୍କ ୩୦ ବର୍ଷ ତଳର ମିଛ ଏବେ ଟ୍ରମ୍ପଙ୍କ ପାଇଁ ହତିଆର, ରଦ୍ଦ ହୋଇପାରେ ଆମେରିକାର ନାଗରିକତା

Published By : Harapriya Biswal | July 3, 2025 4:59 PM

ନୂଆଦିଲ୍ଲୀ,୩।୭:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ଦୁନିଆର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ଶତ୍ରୁତା ଏବେ ଖୁବ୍ ଚର୍ଚ୍ଚାରେ। ଦୁହେଁ ଦୁହିଁଙ୍କ ଉପରେ ଆରୋପ-ପ୍ରତ୍ୟାରୋପ ଏବଂ ବୟାନବାଜି କରିବାରେ ଲାଗିଛନ୍ତି। ଏହି ଶତ୍ରୁତା ଏବେ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଏଭଳି ସ୍ଥିତିରେ ଟ୍ରମ୍ପ ଏବେ ମସ୍କଙ୍କୁ ଆମେରିକାରୁ ବାହାର କରିବାର ମଧ୍ୟ ଧମକ ଦେଇଛନ୍ତି। ଏଭଳି ସ୍ଥିତିରେ ଏହା ଜାଣିବା ଜରୁରୀ ଯେ, ଜଣେ ନାଗରିକ ଭାବରେ ଆମେରିକାରେ ଥିବା ଏଲନ ମସ୍କଙ୍କୁ କାହିଁକି ନିର୍ବାସନ କରାଯିବ ? ଏଲନ୍ ମସ୍କଙ୍କ ମୂଳତଃ ଦକ୍ଷିଣ ଆଫ୍ରିକାର ବାସିନ୍ଦା ଥିଲେ। ତାଙ୍କ ଜନ୍ମ ପ୍ରିଟୋରିୟାରେ ହୋଇଥିଲା। କିନ୍ତୁ କିଶୋରାବସ୍ଥାରେ ସେ ଦକ୍ଷିଣ ଆଫ୍ରିକାରୁ କାନାଡା ଚାଲି ଆସିଥିଲେ। ୧୯୯୫ ରେ ସେ କାନାଡାରୁ ଆମେରିକା ଆସିଥିଲେ। ଓ୍ବାଶିଂଟନ୍ ପୋଷ୍ଟର ରିପୋର୍ଟ ଅନୁସାରେ ମସ୍କଙ୍କୁ ୧୯୮୯ ରେ କାନାଡାର ନାଗରିକତା ମିଳିଥିଲା। ସେ କାନାଡାର କ୍ବିନ୍ସ ୟୁନିଭର୍ସିଟିରେ ଶିକ୍ଷାଗ୍ରହଣ କରିଥିଲେ। ଏହାପରେ ୧୯୯୨ ରେ ଆମେରିକା ଆସିଥିଲେ। ସେ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଆଡମିସନ୍ କରିବାକୁ ଆମେରିକା ଯାଇଥିଲେ। କିନ୍ତୁ ସେ ଶିକ୍ଷାଗ୍ରହଣ ପୁରା କରିବା ବଦଳରେ ଆମେରିକାରେ ନିଜର ପ୍ରଥମ କମ୍ପାନୀ Zip2  ଖୋଲିଥିଲେ। 

ଏଲନ୍ ମସ୍କ ଷ୍ଟୁଡେଣ୍ଟ ଭିସା ଅର୍ଥାତ (J-1 କିମ୍ବା F-1 ଭିସା) ରେ ଆମେରିକା ଆସିଥିଲେ। ଷ୍ଟୁଡେଣ୍ଟ ଭିସାରେ କାମ କରିବା ନେଇ କଡା ସର୍ତ୍ତ ରହିଥାଏ। ମସ୍କ ଭିସା ମିଳିବା ପରେ ଷ୍ଟାନଫୋର୍ଡରେ ପାଠପଢା ଶେଷ କରିଥିଲେ। Zip2 ଉପରେ କାମ କରିବା ଆରମ୍ଭ କରିଦେଇଥିଲେ, ଯେଉଁ କାରଣରୁ ଭିସା ସର୍ତ୍ତର ଉଲଂଘନ ହୋଇଥିଲା। ଷ୍ଟୁଡେଣ୍ଟ ଭିସାଧାରୀଙ୍କୁ ବିନା ଅନୁମତିରେ ଷ୍ଟାର୍ଟଅପ୍‌ ଉପରେ କାମ କରିବାର ଅନୁମତି ନାହିଁ।  ରିପୋର୍ଟ ଅନୁସାରେ, ମସ୍କ ୧୯୯୭ ରେ ଏଚ୍-୧ ବି ଭିସା ହାସଲ କରିଥିଲା, ଯାହାକି ବିଜନେସ୍‌ କାମ ପାଇଁ ଜଣାଯାଏ। ଏହି ଭିସାରେ ତାଙ୍କୁ Zip2 ଆଇନଗତ ରୂପରେ କାମ କରିବାର ଅନୁମତି ଦେଉଥିଲେ।  ମସ୍କ  ପରେ ଗ୍ରୀନ୍ କାର୍ଡ ହାସଲ କରିଥିଲେ। ସେ ୨୦୨୨ ରେ ନାଚୁରାଲାଇଜେସନର ପକ୍ରିୟା ମାଧ୍ୟମରେ ଆମେରିକାର ନାଗରିକ ହୋଇଥିଲେ। 

ଏହି ପକ୍ରିୟାରେ ସାଧାରଣତଃ ଗ୍ରୀନ୍ କାର୍ଡଧାରୀ ରୂପରେ ବହୁ ବର୍ଷ ପର୍ଯ୍ୟନ୍ତ ରହିବା, ନାଗରିକତା ପରୀକ୍ଷା ଦେବା ଓ ଏହା ସୁନିଶ୍ଚିତ କରିବା ଥାଏ ଯେ, ଆବେଦନରେ ବହୁ ବଡ଼ ଅପରାଧ କିମ୍ବା ଇମିଗ୍ରେସନ୍ ଉଲଂଘନ କରିନାହାନ୍ତି। ଓ୍ବାଶିଂଟନ୍ ପୋଷ୍ଟ ୨୦୨୪ରେ କହିଥିଲା ମସ୍କ ୧୯୯୫ ରେ ଷ୍ଟାନଫୋର୍ଡରେ ଆଡମିଶନ୍ କରିନଥିଲେ। ସେ Zip2 ଉପରେ କାମ କରିବା ଆରମ୍ଭ କରିଦେଇଥିଲେ  ଯାହାକି ତାଙ୍କ ଷ୍ଟୁଡେଣ୍ଟ ଭିସାର ଉଲଂଘନ। ସେଭଳି Zip2 ନିବେଶକ ୧୯୯୬ ରେ ମସ୍କଙ୍କ ଇମିଗ୍ରେସନ୍ ସ୍ଥିତି ବିଷୟରେ ଚିନ୍ତା ପ୍ରକାଶ କରିଥିଲା। ସେ ମସ୍କ ଓ ତାଙ୍କ ସହ-ସଂସ୍ଥାପକଙ୍କ ନିକଟରେ ୪୫ ଦିନ ଭିତରେ ନିଜର ଷ୍ଟାଟସ୍ କ୍ଲିୟର କରିବାର ସର୍ତ୍ତ ରଖିଥିଲେ। ଏଭଳି ନକଲେ ନିବେଶ ଫେରାଇ ନେବା କଥା କହିଥିଲେ। ତେବେ ୨୦୦୫ ରେ ଏକ ମାନହାନୀ ମକଦ୍ଦମାରେ ମସ୍କ ଏକ ଇମେଲରେ ସ୍ବୀକାର କରିଥିଲେ ତାଙ୍କ ପାଖରେ ଷ୍ଟାନଫୋର୍ଡରେ ଆବେଦନ କରିବା ଛଡା ଆମେରିକାରେ ରହିବାର ଆଉ କିଛି ଆଇନଗତ ଆଧାର ନଥିଲା। ଯାହାଫଳରେ ଏହି ସଙ୍କେତ ମିଳିଯାଇଛି ଯେ, ସେ ନିଜର ସ୍ଥିତି ବିଷୟରେ ଜାଣିଥିଲେ। ଏବେ ଆମେରିକା ଆଇନ ଅନୁସାରେ, ନାଚୁରଲାଇଜଡ ନାଗରିକତାକୁ ରଦ୍ଦ କରାଯାଇପାରେ। ଏଥିପାଇଁ ଏହା ପ୍ରମାଣିତ କରିବାକୁ ହେବ ଯେ, ନାଗରିକତ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଜାଣିଶୁଣି ଲୁଚାଇଥିଲେ ଓ ମିଛ କହିଥିଲେ। ଯଦି ମସ୍କ ୨୦୦୨ ରେ ନିଜର ନାଗରିକତା ଆବେଦନ ପକ୍ରିୟା ବେଳେ ୧୯୯୫-୧୯୯୭ ଭିତରେ ହୋଇଥିବା ବେଆଇନ କାର୍ଯ୍ୟ ବିଷୟରେ ତଥ୍ୟ ଲୁଚାଇଛନ୍ତି, ତେବେ ସିଦ୍ଧାନ୍ତିକ ରୂପରେ ତାଙ୍କର ନାଗରିକତା ରଦ୍ଦ ହୋଇପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.