ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗାଁକୁ ଯିବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି ଏକନାଥ ସିନ୍ଦେ, ସତାରାରେ ପହଞ୍ଚିଲା ଡାକ୍ତରୀ ଟିମ୍‌

Published By : Tapas Panda | November 30, 2024 5:58 PM

ମୁମ୍ବାଇ: ଏକନାଥ ସିନ୍ଦେ ସତାରା ସ୍ଥିତ ନିଜ ଗାଁରେ ପହଞ୍ଚିବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଭୀଷଣ ଜ୍ବର ହୋଇଥିବା କୁହାଯାଉଛି । ସ୍ବସ୍ଥ୍ୟବସ୍ଥା ଏତେ ଅଧିକ ଖରାପ ହୋଇଛି ଯେ, ସିନ୍ଦେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ସିନ୍ଦେଙ୍କ ଶାରୀରିକ ଅସୁସ୍ଥତାକୁ ଦେଖି ଏକ ଡାକ୍ତରୀ ଟିମ୍ ତାଙ୍କ ଗାଁରେ ପହଞ୍ଚିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଶୁକ୍ରବାର ସିନ୍ଦେ ହଠାତ ଗାଁକୁ ଚାଲିଯିବା ପରେ ମହାୟୁତିର କେତେକ ଗରୁତ୍ବପୂର୍ଣ୍ଣ ବୈଠକ ବାତିଲ ହୋଇଥିଲା । ଏହା ପୂର୍ବରୁ ସେ, ଦେବେନ୍ଦ୍ର ଫନନାଭିସ୍‌ ଏବଂ ଅଜିତ ପାଓ୍ବାରଙ୍କ ସହ ଦିଲ୍ଲୀରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ ।  ଏହା ପରେ ମୁମ୍ବାଇ ଗସ୍ତ ପୂର୍ବରୁ ଦିଲ୍ଲୀ ଏୟାରପୋର୍ଟରେ ସିନ୍ଦେ କହିଥିଲେ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଦିନେ କି ଦୁଇ ଦିନ ଭିତରେ ଜଣାପଡ଼ିବ ।

ବିଜେପି ନିଜ ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଏକ ପ୍ରକାର ନିଶ୍ଚିତ ଥିବା ବେଳେ ଚିନ୍ତାରେ ରହିଛନ୍ତି ଏକନାଥ ସିନ୍ଦେ । ଯଦିଓ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି କିନ୍ତୁ ଭିତରୁ ଖୁସି ନଥିବା କୁହାଯାଉଛି । ଏହା ବ୍ୟତୀତ ସେ ଆଗାମୀ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଗୃହ ମନ୍ତ୍ରାଳୟ ଲାଗି ଦାବି କରିଛନ୍ତି । ଶିବେସନା ପକ୍ଷରୁ ଆନୁଷ୍ଠାନିକ ଭାବରେ ଗୃହ ମନ୍ତ୍ରାଳୟ ଦାବି ନେବାକୁ ଦାବି ହୋଇଛି । ଏହା ଖୋଦ ଏକନାଥ ସିନ୍ଦେଙ୍କ ଦାବି ବୋଲି କହିଛି ଦଳ । 

ସେପଟେ ଦେବେନ୍ଦ୍ର ଫଡ଼ନାଭିସ୍‌ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ତାଙ୍କ ପାଇଁ ଗୃହ ମନ୍ତ୍ରାଳୟ କେତେ ଜରୁରି ତାହା ଭଲଭାବେ ଜାଣିଛି ବିଜେପି ।  ହେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମହାୟୁତିର ୩ ନେତା ଫଡ଼ନାଭିସ୍, ସିନ୍ଦେ ଏବଂ ପାଓ୍ବାର ଭେଟିବା ପରେ ମଧ୍ୟ କୌଣସି ସ୍ପଷ୍ଟ ସମୀକରଣ ସାମ୍ନାକୁ ଆସିପାରି ନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.