ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ? ମହାୟୁତିର ଗୁରୁତ୍ବପୂର୍ଣ୍ଣ ବୈଠକ ବାତିଲ ପରେ ଗାଁକୁ ଗଲେ ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏକନାଥ ସିନ୍ଦେ ଆଜି ନିଜ ଗାଁକୁ ଯାଇଛନ୍ତି । ଦୁଇଟି ବଡ଼ ବୈଠକ ବାତିଲ ହେବା ପରେ ସିନ୍ଦେ ନିଜ ଗାଁ ସତାରା ଚାଲି ଯାଇଛନ୍ତି । ଏହା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ଗୁରୁବାର ଦେବେନ୍ଦ୍ର ଫଡ଼ନାଭିସ ଏବଂ ଅଜିତ ପାଓ୍ବାରଙ୍କ ସମେତ ଏକନାଥ ସିନ୍ଦେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । 

 ବିଧାନସଭା ନିର୍ବାଚନରେ ବିଜେପିର ବୃହତ୍ତ ବିଜୟ ପରେ ମହାରାଷ୍ଟ୍ର ସରକାର ଗଠନ ନେଇ ଫର୍ମୁଲା ଦିଲ୍ଲୀରେ ଧାର୍ଯ୍ୟ ହୋଇଛି ବୋଲି କୁହାଯାଉଛି । ଅମିତ ଶାହ ଏବଂ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ସରକାର ଗଠନକୁ ନେଇ ସକରାତ୍ମକ ଆଲୋଚନା ହୋଇଛି ବୋଲି ଶୁକ୍ରବାର କହିଛନ୍ତି ସିନ୍ଦେ ।  ଏସବୁ ଭିତରେ ବିଜେପିର ବିଧାୟକ ଦଳ ନେତା ଚୟନ ହେବା ପରେ ମହାୟୁତି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଉଛି । 

 ଗାଁକୁ ଯିବା ପୂର୍ବରୁ ସିନ୍ଦେ କହିଛନ୍ତି, ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ ।  ଏନେଇ ଆଲୋଚନା ଜାରି ରହିଛି । ନିଷ୍ପତ୍ତି ଯାହ ହେବ ସେନେଇ ଜଣାଇ ଦିଆଯିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ  ମୋଦୀଙ୍କ ନିଷ୍ପତ୍ତିକୁ ବିରୋଧ କରିବେ ନାହିଁ ବୋଲି ସିନ୍ଦେ ସ୍ପଷ୍ଟ କରିଥିଲେ । ସେପଟେ ଲଡକା ଭାଉ (ପ୍ରିୟର ଭାଇ) ପଦବୀ ମୋ ପାଇଁ ଅନ୍ୟ କୌଣସି ପଦବୀ ଠାରୁ ବଡ଼ ବୋଲି କହିଛନ୍ତି ଏକନାଥ ସିନ୍ଦେ ।    

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.