ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ବାତ୍ୟା “ଦାନା” ମୁକାବିଲା ଉଦ୍ୟମ ପ୍ରଶଂସନୀୟ : ମନ୍ତ୍ରୀ ସୁରେଶ ପୁଜାରୀ

ଭୁବନେଶ୍ଵର, ୨୫/୧୦ : ବାତ୍ୟା “ଦାନା”ର ପ୍ରଭାବ ଏବେ ହ୍ରାସ ପାଇଥିବା ବେଳେ ପବନ ଓ ବର୍ଷାର ପ୍ରକୋପ କମିବାରେ ଲାଗିଛି। ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ବିଭାଗର ଟିମ୍ ଓଡ଼ିଶା ବନ ଉନ୍ନୟନ ନିଗମର ଟିମ୍, ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ସଫାକାରୀ ଦଳ ବାତ୍ୟା ପ୍ରଭାବିତ ଜିଲ୍ଲାରେ ରାସ୍ତାଘାଟ ସଫା କରି ଗମନାଗମନ ବ୍ୟବସ୍ଥାକୁ ସ୍ୱାଭାବିକ କରୁଛନ୍ତି। ଯେଉଁ ସବୁ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଛିନ୍ନ ବା ବ୍ୟାହତ ହୋଇଛି ସେହି ସବୁ ସ୍ଥାନରେ ତ୍ୱରିତ ପଦକ୍ଷେପ ସ୍ୱରୂପ ବିଦ୍ୟୁତର ପୁନଃ ସଂଯୋଗୀକରଣ କାର୍ଯ୍ୟ ଚାଲୁରହିଛି । ଆଜି ସନ୍ଧ୍ୟା ପୂର୍ବରୁ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ସ୍ୱାଭାବିକ ହେବ। ଟେଲି ଯୋଗାଯୋଗ କ୍ଷେତ୍ରରେ କୌଣସି ପ୍ରକାର ଅସୁବିଧା ଉପୁଜି ନାହିଁ।

ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି। ଗର୍ଭବତୀ ମହିଳାମାନଙ୍କୁ ନିକଟବର୍ତ୍ତୀ ସ୍ୱାସ୍ଥ୍ୟକେନ୍ଦ୍ର/ ମା’ ଗୃହକୁ ସୁରକ୍ଷିତ ପ୍ରସବ ପାଇଁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବର୍ତ୍ତମାନ ୧୬୦୦ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୧୩ଟି ଯମଜ ଶିଶୁ ଜନ୍ମ ହୋଇଥିବା ଜଣାପଡିଛି। ଆଶ୍ରୟସ୍ଥଳୀରେ ମଧ୍ୟ ଲୋକମାନଙ୍କୁ ରାତ୍ରୀରେ ରନ୍ଧା ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସରକାରଙ୍କ ସହ ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାହାଯ୍ୟର ହାତ ବଢାଇଛନ୍ତି। ଏବେବି ମଧ୍ୟ ଜିଲ୍ଲା ପ୍ରଶାସନ ଲୋକମାନଙ୍କ ନିରାପତା ବ୍ୟବସ୍ଥା ପ୍ରତି ସଜାଗ ରହିଛନ୍ତି। 

ବାତ୍ୟା ଦ୍ୱାରା ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲା ମଧ୍ୟ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଆସନ୍ତାକାଲି ପାଗ ଭଲ ରହିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ୭ ଦିନ ମଧ୍ୟରେ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ କରାଯାଇ ଖୁବ୍ ଶୀଘ୍ର କ୍ଷୟକ୍ଷତିର ସହାୟତା ରାଶି ପ୍ରଦାନ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । 

ବାତ୍ୟା “ଦାନା” ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ସଂପୃକ୍ତ ଜିଲ୍ଲା ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ଆନ୍ତରିକ ଓ ନିଷ୍ଠାପର ଉଦ୍ୟମ ସର୍ବଥା ଅଭିନନ୍ଦନୀୟ । ଏହି ପ୍ରୟାସ ଓ ସହଭାଗିତା ବାସ୍ତବିକ ବିରଳ ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ ମତବ୍ୟକ୍ତ କରିଛନ୍ତି । 



  • prameyanews
  • PrameyaOdia
  • prameya
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.