ନୂଆଦିଲ୍ଲୀ, ୨୨/୧ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହୋଇଯାଇଛି । ଉଭୟ ଟିମ୍ ମଧ୍ୟରେ ଟି-୨୦ମ୍ୟାଚର ସିରିଜର ପ୍ରଥମ ମୁକାବିଲା ଇଡେନ ଗାର୍ଡେନ୍ସ କୋଲକାତାରେ ଖେଳାଯାଉଛି । ସେହିଭଳି ପ୍ରଥମ ଟି-୨୦ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଇଡେନ ଗାର୍ଡେନ୍ସରେ ଷ୍ଟାଣ୍ଡର ନାଁ ପୂର୍ବତନ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ନାଁରେ ରଖାଯାଇଛି ।
ଝୁଲଣ ଗୋସ୍ବାମୀଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରାୟ ୨୦ବର୍ଷ ଲମ୍ବା ରହିଛି । ଏହି ଖେଳାଳୀ ୨୦୦୨ରେ ଡେବ୍ୟୁ କରିଥିଲେ । ଯାହାକି ଭାରତ ଲାଗି ଶେଷ ଥର ୨୦୨୨ରେ ଖେଳିଥିଲେ । ଭାରତ ଲାଗି ଝୁଲଣ ଗୋସ୍ବାମୀ ୨୦୪ଓ୍ବାନଡେ ମ୍ୟାଚରେ ୨୫୫ଓ୍ବିକେଟ ନେଇଥିଳେ। ଏହି ସମୟରେ ତାଙ୍କର ଇକନୋମୀ ୩.୩୭ ଯାହାକି ଆଭରେଜ ୨୨ର ଥିଲା ।