ପ୍ରମୂଖ ଖବର
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ

Published By : Harapriya Biswal | July 30, 2025 6:31 PM

ନୂଆଦିଲ୍ଲୀ,୩୦।୭:  ଭାରତ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବମ୍। ସେ  ଭାରତ ଉପରେ ଲଗାଇଛନ୍ତି ୨୫% ଟାରିଫ୍। ଅଗଷ୍ଟ ୧ ତାରିଖରୁ ଭାରତ ଉପରେ ୨୫% ଟାରିଫ ଲାଗୁ ହେବ। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ୍ ସୋସିଆଲ’ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି।

ଟ୍ରମ୍ପ ଲେଖିଛନ୍ତି 'ମନେରଖ, ଭାରତ ଆମର ବନ୍ଧୁ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଆମେ ତାଙ୍କ ସହିତ ତୁଳନାତ୍ମକ ଭାବରେ କମ୍ ବାଣିଜ୍ୟ କରିଛୁ। କାରଣ ଭାରତର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ ଏବଂ ସେମାନଙ୍କ ଉପରେ ଯେକୌଣସି ଦେଶ ତୁଳନାରେ ସବୁଠାରୁ କଠୋର ଏବଂ ଅପ୍ରୀତିକର ଅଣ-ଆର୍ଥିକ ବାଣିଜ୍ୟ ପ୍ରତିବନ୍ଧକ ରହିଛି। ଏହା ସହିତ, ସେମାନେ ଅଧିକାଂଶ ସାମରିକ ଉପକରଣ ରୁଷଠାରୁ କିଣିଛନ୍ତି। ରୁଷର ସବୁଠାରୁ ବଡ଼ କ୍ରେତା ହେଉଛି ଭାରତ। ଏପରି ସମୟରେ ଯେତେବେଳେ ସମସ୍ତେ ଚାହାଁନ୍ତି ଯେ ରୁଷ ୟୁକ୍ରେନରେ ହତ୍ୟା ବନ୍ଦ କରୁ। ଏଭଳି ସ୍ଥିତିରେ ରୁଷ ସହ ଭାରତ ଲଗାତାର ବାଣିଜ୍ୟ କାରବାର ବଢାଇବାରେ ଲାଗିଛି। ଏ ସବୁକିଛି ଠିକ୍ ନୁହେଁ ! ତେଣୁ ଅଗଷ୍ଟ ୧ ତାରିଖରୁ ଭାରତକୁ ୨୫% ଶୁଳ୍କ ଏବଂ ଏହା ବାଦ୍ ଜରିମାନା ଦେବାକୁ ପଡିବ। ଏହି ବିଷୟରେ ଧ୍ୟାନ ପାଇଁ ଧନ୍ୟବାଦ। ମେକ୍ ଆମେରିକା ଗ୍ରେଟ୍ ଏଗେନ୍ !

ଉଲ୍ଲେଖନୀୟ ଯେ, ଟ୍ରେଡ୍ ଡିଲ୍‌କୁ ନେଇ ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଚାଲୁଥିଲା। ଆଜି ଶେଷରେ ଟ୍ରମ୍ପ ଏହାର ଘୋଷଣା କରିଛନ୍ତି।  ସେଭଳି ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି, ଭାରତ ସହ ବାଣିଜ୍ୟ କରି ଆମେରିକା ପ୍ରବଳ କ୍ଷତି ସହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.