ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଶପଥ ଗ୍ରହଣ ପୂର୍ବରୁ ସାମ୍ନାସାମ୍ନି ହେଲେ ଡୋନାଲ୍ଡ ଟ୍ରମ୍ପ ଓ ଜେଡି ଭେନ୍ସ , ପୂରା ମାମଲାଟି କଣ ଜାଣନ୍ତୁ

Published By : Prameya | January 13, 2025 8:30 PM

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ସାଥି ନିର୍ବାଚିତ ଉପରାଷ୍ଟ୍ରପତି ଜେଡି ଭେନ୍ସ, ୨୦ ଜାନୁଆରୀରେ ନେବେ ନିଜ ପଦର ଶପଥ। କିନ୍ତୁ ଏହା ପୂର୍ବରୁ ରବିବାର ଜେଡି ଭେନ୍ସଙ୍କର ଏକ ବୟାନ ପରେ ଆମେରିକୀୟ ରାଜନୀତିକ ମାହୋଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଉଲ୍ଲେଖନୀୟ ଯେ,ଭେନ୍ସ ରବିବାର କ୍ୟାପିଟାଲ ହିଲ୍‌ ଦଙ୍ଗାକୁ ନେଇ କହିଛନ୍ତି କି, ମୋ ମତରେ ୬ ଜାନୁଆରୀରେ ଦଙ୍ଗାରେ ହୋଇଥିବା ହିଂସାକାଣ୍ଡରେ ସାମିଲ ଲୋକଙ୍କୁ କ୍ଷମା ମିଳିବା ଉଚିତ୍ ନୁହେଁ। ଲୋକଙ୍କ ମଧ୍ୟରେ ଏହି ବୟାନକୁ ନେଇ ଆଲୋଚନା ଏଥିପାଇଁ ଆରମ୍ଭ ହୋଇ ଯାଇଛି, କାରଣ ଟ୍ରମ୍ପ ପୂର୍ବରୁ ହିଁ କହି ସାରିଛନ୍ତି କି, ସେ ରାଷ୍ଟ୍ରପତି ପଦର ଶପଥ ନେବା କ୍ଷଣି ସେହି ଲୋକଙ୍କୁ କ୍ଷମା କରି ଦେବେ। 

ଫକ୍ସ ନ୍ୟୁଜ୍ ସହ କଥା ହୋଇ ଭେନ୍ସ କହିଛନ୍ତି, ଯେଉଁ ଲୋକମାନେ ସେହି ଦିନ କ୍ୟାପିଟାଲ ହିଲ୍‌ରେ ଶାନ୍ତିପୂର୍ବକ ବିରୋଧ ପ୍ରଦର୍ଶନ କରି ଥିଲେ ଏବଂ ଭଲ ଭାବେ ନିଜର କଥା ରଖିଥିଲେ, ତାଙ୍କୁ କ୍ଷମା କରିଦେବା ଉଚିତ୍‌। କିନ୍ତୁ ଯଦି କିଏ ଦଙ୍ଗା କି ହଂସାକାଣ୍ଡ ଘଟାଇ ଥିଲେ ,ମୋ ମତରେ ତାଙ୍କୁ କ୍ଷମା କରିବା ଉଚିତ ନୁହେଁ। 

ଏହା ପୂର୍ବରୁ ନିଜର ନିର୍ବାଚନ ଅଭିଯାନ ବେଳେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ,୬ ଜାନୁଆରୀରେ ଯାହା କିଛି ବି ହେଲା , ଏଥିରେ ସାମିଲ ସବୁ ଲୋକଙ୍କୁ କ୍ଷମା କରି ଦିଆଯିବ। ସେ କହିଛନ୍ତି କି, ସେହି ଲୋକଙ୍କ ଉପରେ ବହୁତ ଖରାପ ଉପାୟରେ ମୋକଦମା ଚଲାଯାଉଛି। ମୁଁ ତାଙ୍କର ଯନ୍ତ୍ରଣାକୁ ବୁଝି ପାରୁଛି। ଟ୍ରମ୍ପ କହିଛନ୍ତି ମୁଁ ଯେଉଁ ଦିନ ରାଷ୍ଟ୍ରପତି ପଦର ଶପଥ ନେବି ସେହି ଦିନ ତାଙ୍କର ମାମଲାକୁ ଦେଖିବି ଓ ତାଙ୍କୁ କ୍ଷମା ଦେବି। 

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି, ସେହି ଲୋକେ ପୁଲିସ ଉପରେ ହମଲା କଲେ , କାରଣ ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା। ମୁଁ ଏହି ସିଷ୍ଟମକୁ ଜାଣିଛି। ଏହା ବହୁତ ହିଁ ଖରାପ ସିଷ୍ଟମ। ସେମାନେ ଅନେକ ବ୍ୟକ୍ତିଙ୍କୁ ବିନା ଦୋଷରେ ୨ରୁ ୩୦ ବର୍ଷ ଯାଏ ଜେଲ୍‌ରେ ପୂରାଇ ଦେଇଛନ୍ତି। ତାଙ୍କର ଜୀବନକୁ ନଷ୍ଟ କରି ଦେଇଛନ୍ତି। ମୁଁ ତାଙ୍କୁ କ୍ଷମା କରିବି ଓ ତାଙ୍କର ଜୀବନକୁ ରକ୍ଷା କରିବି। 

ଟ୍ରମ୍ପ ନିର୍ବାଚନ ଜିତିବା ପରେ ମଧ୍ୟ ନିଜର ଏହି କଥା ଉପରେ ତିଷ୍ଠି ରହିଛନ୍ତି। ସେ କିଛି ଦିନ ପୂର୍ବରୁ ହିଁ କହିଥିଲେ ଯେ, ସେ ୬ ଜାନୁଆରୀର ହିଂସାକାଣ୍ଡରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ କ୍ଷମା କରିବା ବିଷୟରେ ବିଚାର କରୁଛନ୍ତି ଏବଂ ସେ ଏଥିରୁ କାହାକୁ ବି ଅଲଗା ଛାଡ଼ିବେ ନାହିଁ। 

ଟ୍ରମ୍ପଙ୍କ ଏହି ସବୁ ବୟାନ ଓ ଆଗାମୀ ରାଷ୍ଟ୍ରପତିଙ୍କ ବୟାନରେ ବିରୋଧାଭାସ ମଧ୍ୟରେ ଆମେରିକାରେ ରାଜନୀତି ତୀବ୍ର ହୋଇଛି। ପରେ ଭେନ୍ସ ସୋସିଆଲ ମିଡ଼ିଆରେ ନିଜର ବୟାନକୁ ନେଇ ସଫେଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ରାଷ୍ଟ୍ରପତି ଓ ମୁଁ ୬ ଜାନୁଆରୀର ଘଟଣାକୁ ନେଇ ଦୋଷୀ ସାବ୍ୟସ୍ତ କରାଯାଇ ଥିବା ଲୋକଙ୍କ କେସ୍‌କୁ ବ୍ୟକ୍ତିଗତ ଭାବେ ଦେଖିବେ ଏବଂ ପରେ ଏହା ନିର୍ଦ୍ଧାରିତ କରାଯିବ କି କ୍ଷମା କରିବାର କଣ ସ୍ତର ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.