ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ସୋଆ ଗ୍ରାଉଣ୍ଡରେ ଡକ୍ଟରସ୍ ପ୍ରିମିୟର ଲିଗ୍ ଆୟୋଜିତ

Published By : Prameya | May 1, 2025 10:58 PM

ଭୁବନେଶ୍ବର,୧/୫ : ସୋଆ ଗ୍ରାଉଣ୍ଡରେ ଆୟୋଜିତ ହୋଇଛି ଡକ୍ଟରସ୍ ପ୍ରିମିୟର ଲିଗ୍। ସମ୍ , ସମ୍ ଅଲ୍ଟିମେଟ୍ ଏବଂ ସମ୍-୨ ର ସମସ୍ତ ଡାକ୍ତର ଏବଂ ଏମବିବିଏସ୍ ଛାତ୍ରଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ସୋଆର ଭାଇସ ଚାନ୍ସେଲର୍ ତଥା ଡିନ୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ସମ୍-୨ ର ମେଡିକାଲ ସୁପରିଣ୍ଟେଣ୍ଡାଣ୍ଟ ରାଜେଶ୍ ଲେଙ୍କା ଉଦଘାଟନ କରିଥିଲେ। 

ଏହି ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଖେଳରେ ଅନେକ ଟିମ୍ ଭାଗ ନେଇଛନ୍ତି। ଉଭୟ ଫାକଲ୍ଟି ଏବଂ ଷ୍ଟୁଡେଣ୍ଟ୍ ସେମାନଙ୍କର ବ୍ୟସ୍ତ ସମୟ ଭିତରେ ଏକଜୁଟ ହୋଇ ଏପରି ଖେଳକୁଦ କରିବା ନିହାତି ଭାବେ ସୁସ୍ଥ ମାନସିକ ଓ ଶାରିରୀକ ଗଠନରେ ସହାୟକ ହେବ। ଖେଳ ମାଧ୍ୟମରେ ସମସ୍ତେ ଏକାଠି ହେବା ନିଜ ଭିତରେ ଆତ୍ମୀୟତା ବୃଦ୍ଧି କରିବ ବୋଲି କହିଛନ୍ତି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇଥିବା ସୋଆର ଡିନ୍ ତଥା ଭାଇସ୍ ଚାନ୍ସେଲର୍ ପିକେ ନନ୍ଦ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.