ଭୁବନେଶ୍ୱର, ୦୧/୦୫ : ଚଳିତ ମାସରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ ସି)ରୁ ଅବସର ଗ୍ରହଣ କଲେ ୧୬ ଜଣ କର୍ମଚାରୀ । ସେମାନଙ୍କ ମଧ୍ୟରୁ ୧୨ ଜଣ ନିୟମିତ କର୍ମଚାରୀ ହୋଇଥିବା ବେଳେ ୨ ଜଣ ଡିଏଲ୍‌ଆର୍‌ ଏବଂ ୨ ଜଣ ସିଏଲ୍‌ଆର୍‌ । ଏହି ଉପଲକ୍ଷେ ବୁଧବାର ବିଏମ୍‌ସି ରିକ୍ରେସନ କ୍ଲବ ପକ୍ଷରୁ ଏକ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ବିଏମ୍‌ସି ମୁଖ୍ୟାଳୟ ଏକାମ୍ର ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆୟୁକ୍ତ ଶୁଭେନ୍ଦୁ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ । ଦୀର୍ଘ ଦିନ ସେବା କରି ଅବସର ନେଉଥିବା କର୍ମଚାରୀଙ୍କ ଦୀର୍ଘ, ସୁସ୍ଥ ଓ ନିରାୟମ ଜୀବନ କାମନା କରିଛନ୍ତି ଅତିରିକ୍ତ କମିଶନର ଶ୍ରୀ ସାହୁ । ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ ରିକ୍ରେସନ କ୍ଲବର ସାଧାରଣ ସଂପାଦକ ଶୁଭକାନ୍ତ ପାଢ଼ୀ ଏବଂ ସହଯୋଗ କରିଥିଲେ ସନ୍ତୋଷ କୁମାର ମହାନ୍ତି, ଅକ୍ଷୟ କୁମାର ସ୍ୱାଇଁ ଓ ସସ୍ମିତା ନାୟକ । 

ଏହି ଖବରଟିକୁ ପଢନ୍ତୁ-ଜଙ୍ଗଲ ଜମିରେ ବରମୁଣ୍ଡା ହାଉସିଂ କଲୋନୀ, ବନବିଭାଗକୁ ୫ ଗୁଣା ଜାଗା ଦେବ ବିଡିଏ