ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବିଏମ୍‌ସିରୁ ଏକାଥରକେ ଅବସର ନେଲେ ୧୬ କର୍ମଚାରୀ

Published By : Rasmita Pradhan | May 1, 2025 11:38 AM

ଭୁବନେଶ୍ୱର, ୦୧/୦୫ : ଚଳିତ ମାସରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ ସି)ରୁ ଅବସର ଗ୍ରହଣ କଲେ ୧୬ ଜଣ କର୍ମଚାରୀ । ସେମାନଙ୍କ ମଧ୍ୟରୁ ୧୨ ଜଣ ନିୟମିତ କର୍ମଚାରୀ ହୋଇଥିବା ବେଳେ ୨ ଜଣ ଡିଏଲ୍‌ଆର୍‌ ଏବଂ ୨ ଜଣ ସିଏଲ୍‌ଆର୍‌ । ଏହି ଉପଲକ୍ଷେ ବୁଧବାର ବିଏମ୍‌ସି ରିକ୍ରେସନ କ୍ଲବ ପକ୍ଷରୁ ଏକ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ବିଏମ୍‌ସି ମୁଖ୍ୟାଳୟ ଏକାମ୍ର ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆୟୁକ୍ତ ଶୁଭେନ୍ଦୁ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ । ଦୀର୍ଘ ଦିନ ସେବା କରି ଅବସର ନେଉଥିବା କର୍ମଚାରୀଙ୍କ ଦୀର୍ଘ, ସୁସ୍ଥ ଓ ନିରାୟମ ଜୀବନ କାମନା କରିଛନ୍ତି ଅତିରିକ୍ତ କମିଶନର ଶ୍ରୀ ସାହୁ । ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ ରିକ୍ରେସନ କ୍ଲବର ସାଧାରଣ ସଂପାଦକ ଶୁଭକାନ୍ତ ପାଢ଼ୀ ଏବଂ ସହଯୋଗ କରିଥିଲେ ସନ୍ତୋଷ କୁମାର ମହାନ୍ତି, ଅକ୍ଷୟ କୁମାର ସ୍ୱାଇଁ ଓ ସସ୍ମିତା ନାୟକ । 

ଏହି ଖବରଟିକୁ ପଢନ୍ତୁ-ଜଙ୍ଗଲ ଜମିରେ ବରମୁଣ୍ଡା ହାଉସିଂ କଲୋନୀ, ବନବିଭାଗକୁ ୫ ଗୁଣା ଜାଗା ଦେବ ବିଡିଏ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.