ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଇନ୍ଦ୍ରାବତୀ ଡ୍ୟାମ୍‌ ପାଇଁ ବିସ୍ଥାପିତ ସର୍ବହରା, ଜମି ମାଲିକ ଏବେ ଦାଣ୍ଡର ଭିକାରୀ

ନବରଙ୍ଗପୁର,୧୯/୦୭ : ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ହଜାର ହଜାର ପରିବାରକୁ ଜମିହରା ହେବାକୁ ପଡ଼ିଛି । ଶତାଧିକ ଏକର ଜମିର ମାଲିକ ଦାଣ୍ଡର ଭିକାରୀ ହୋଇଛନ୍ତି । ଦିନେ ଶତାଧିକ ମୂଲିଆଙ୍କୁ ୨ ଓଳି ପେଟପୂରା ଖାଇବାକୁ ଦେଉଥିଲେ । ଏବେ ମାତ୍ର ଦେଢ଼ ଏକର ଜମିରେ ନିଜେ ମୂଲିଆ ହୋଇ କାମ କରୁଛନ୍ତି । ଏଭଳି ଦୁର୍ଦ୍ଦଶାଗ୍ରସ୍ତ ଜୀବନ ଜିଉଁଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତ ଫଟାଗୁଡା ଗାଁର ବ୍ରଜସୁନ୍ଦର ବିଷୋୟୀ। ଚାଳଛପର ଝାଟିମାଟି ଘରେ ଦିନ କାଟୁଥିବା କୋହଭରା କଣ୍ଠରେ ଦୁଃଖ ବଖାଣିଛନ୍ତି ।  

ବ୍ରଜସୁନ୍ଦରଙ୍କ କହିବା ପ୍ରକାରେ ତାଙ୍କ ପିତା ଡମ୍ବରୁଧର ବିଷୋୟୀ ୪ ଭାଇ ଥିଲେ । ମଞ୍ଚାଗାଁ ପଞ୍ଚାୟତ ମାଣ୍ଡିଗୁମ୍ମା ଗାଁରେ ୪ଭାଇଙ୍କ ୯୩ ଏକର ଓ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ କୁସୁମପୁଟ ପଞ୍ଚାୟତ ଆମ୍ବଗୁଡା ଗାଁରେ ୮୦ ଏକର ଜମି ଥିଲା । ଏଭଳି ସେମାନଙ୍କ ମୋଟ ୧୭୩ ଏକର ଜମି ରହିଥିଲା । ଚାଷ ଜମିରେ ଧାନ, ଆଖୁ, ମାଣ୍ଡିଆ, କୋଳଥ,ବିରି ସହ ଏକର ଏକର ପନିପରିବା ଫସଲ କରୁଥିଲେ । ୨ଶହରୁ ଅଧିକ ଶ୍ରମିକ ସେମାନଙ୍କ ପାଖରେ କାମ କରୁଥିଲେ । ପ୍ରତିଦିନ ମୂଲିଆ, ଶ୍ରମିକଙ୍କ ପାଇଁ ଘରେ ବିରାଟ ଭୋଜି ହେଉଥିଲା । ୧୯୮୫ରେ ସରକାର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଜମିମାଲିକଙ୍କ ଠାରୁ ଜମି ଅଧିଗ୍ରହଣ କରିବାକୁ ନାନା ପ୍ରକାର ସୁନେଲି ସ୍ୱପ୍ନ ଦେଖାଇଥିଲେ । ତାଙ୍କ ଶତାଧିକ ଏକର ମୂଲ୍ୟବାନ ଜମିକୁ ସରକାର ଅଧିଗ୍ରହଣ କରିଥିଲେ । ସେଥିପାଇଁ ମାତ୍ର ୧ ଲକ୍ଷ ୪୧ ହଜାର ଟଙ୍କା ଦେଇଥିଲେ । କେବଳ ବ୍ରଜସୁନ୍ଦରଙ୍କ ଜମି ନୁହେଁ ତାଙ୍କ ଭଳି ଶତାଧିକ ଲୋକଙ୍କ ଏକର ଏକର ଜମିକୁ ଅଧିଗ୍ରହଣ କରାଯାଇଥିଲା । 

ଜମି ଅଧିଗ୍ରହଣ ପରେ ସମସ୍ତ ଜମି ଇନ୍ଦ୍ରାବତୀ ଜଳଭଣ୍ଡାରରେ ଲୀନ ହୋଇଯାଇଥିଲା । ସରକାର ଦେଇଥିବା ଟଙ୍କାରେ କେବଳ ଦେଢ଼ ଏକର ଜମି କିଣି ଫଟାଗୁଡା ଗାଁରେ ପରିବାର ସହ ଏବେ ରହୁଛନ୍ତି । ତାଙ୍କ ୨ ପୁଅଙ୍କ ମଧ୍ୟରୁ ଜଣେ ଦେଶିଆ ନାଟଗୁରୁ ଆଉ ଜଣେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଆଉଟସୋର୍ସିଂ କମ୍ପାନିର ସୁରକ୍ଷାକର୍ମୀ ଭାବେ କାମ କରୁଛନ୍ତି । ସରକାର ବିସ୍ଥାପିତଙ୍କୁ ଥଇଥାନର ପ୍ରତିଶ୍ରୁତି ଦେବା ଦୀର୍ଘ ବର୍ଷ ବିତିଗଲାଣି । କିନ୍ତୁ ପ୍ରତିଶ୍ରୁତି ପାଳନ କରି ନଥିବା ସେ କୋହଭରା ସ୍ୱରରେ ଅଭିଯୋଗ କରିଛନ୍ତି । ଏଭଳି କି ଟଙ୍କା ଦେଇ ଦେଢ଼ ଏକର ଜମି ରେଜିଷ୍ଟ୍ରେସନ କରିବା ପରେ ମଧ୍ୟ ଆଜିପର୍ଯ୍ୟନ୍ତ ପଟ୍ଟା ମିଳି ନଥିବା କହିଛନ୍ତି । ଏଥିପାଇଁ ସେ ବିସ୍ଥାପିତ ଓ ଥଇଥାନ କମିଟି(ଆରପିଡିଏସି)ବୈଠକରେ ବାରମ୍ବାର ଗୁହାରି କଲେ ମଧ୍ୟ ସୁଫଳ ମିଳୁ ନଥିବା କହିଛନ୍ତି । ଏଭଳି ଅନେକ ପରିବାର ବିସ୍ଥାପନର ଦୁଃଖ ଓ କୋହରେ ଏବେ ବି ରହୁଛନ୍ତି । ସେମାନଙ୍କ ଆଖିରୁ ଲୁହ ଶୁଖୁ ନାହଁ । ବିସ୍ଥାପିତଙ୍କ ଜମିରେ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେଲା । ଜଳବିଦ୍ୟୁତ ନିଗମ ଦିନକୁ କୋଟିକୋଟି ଟଙ୍କା ରାଜସ୍ୱ ଆଦାୟ କରୁଛି । ହେଲେ ବିଡମ୍ବନା ବିଷୟ ବିସ୍ଥାପିତଙ୍କୁ ଥଇଥାନ କରିବାରେ ଚରମ ଅବହେଳା କରାଯାଉଛି । ନୂଆ ସରକାର ବିସ୍ଥାପିତଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେବେ ବୋଲି ବ୍ରଜସୁନ୍ଦର ଆଶା ରଖିଥିବା କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.