ପ୍ରମୂଖ ଖବର
  • ଏଚଏମପିଭିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାଲେ ରାଜ୍ୟ ସରକାର, ସବୁ ଜିଲ୍ଲାର ସ୍ଥିତିକୁ ନେଇ ହେବ ଆଲୋଚନା
  • ||
  • ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ
  • ||
  • ଫିରିଙ୍ଗିଆ : ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତି ପୂରଣ ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • କଟକରେ ରୋଡ୍‌ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ତଙ୍କୁ ଫିଟ୍‌ ରହିବାକୁ ଅତିଥିଗଣଙ୍କ ଆହ୍ୱାନ
  • ||
  • ମାଲକାନଗିରି-ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର,୩ ମାଓବାଦୀ ନିହତ
  • ||
  • ଖୋର୍ଦ୍ଧା : ଗୋରୁ ଗାଡି ଜବତ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି କାର୍‌, ଡ୍ରାଇଭର ସହ ସହଯୋଗୀ ଫେରାର
  • ||
  • ଭୁବନେଶ୍ୱର : ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ
  • ||
  • ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି
  • ||
  • ପାଳଗଦାରେ ଦୁଇ ନାବାଳକ ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା, ୩% ବଢ଼ିଲା ଅଶୋଧିତ ତୈଳ ଦର.ପ୍ରଭାବିତ ଭାରତ, ଚୀନ
  • ||
  • ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍
  • ||
  • ବିଏମ୍‌ସିର ଦ୍ୱିତୀୟ ପଥ ଉତ୍ସବ: ଦୁଲୁକୁଛି ଜାଗମରା ନ୍ୟୁ ରୋଡ୍, ନାଚ, ଗୀତରେ ଝୁମିଲେ ସହରବାସୀ
  • ||
  • କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ରବିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଶୀତରେ ଲାଗି ସାମୟିକ ବିରତି: ଆଜିଠୁ କମିବ ଥଣ୍ଡା, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦିଲଜିତ ଦୋସାଞ୍ଜଙ୍କ କନସର୍ଟରେ ଦୀପିକା, ମାଆ ହେବା ପରେ ପ୍ରଥମ ଥର ପାଇଁ ଆସିଲେ ନଜର

Published By : Anindita | December 8, 2024 9:58 AM

ମୁମ୍ବାଇ, ୦୮/ ୧୨: ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କନ୍ୟା ସନ୍ତାନର ମାଆ ହୋଇଛନ୍ତି ।  ଆଉ ମାଆ ହେବା ପରେ ପ୍ରଥମ ଥର ପାଇଁ ଆସିଛନ୍ତି ନଜର । ବେଙ୍ଗାଲୁରୁରେ  ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଏକ କନସର୍ଟରେ ନଜର ଆସିଛନ୍ତି ଅଭିନେତ୍ରୀ । ସେଥିରେ ସେ ନାଚୁଥିବାର ଦେଖିବାକୁ ମିଳିଥିବା ବେଳେ ପ୍ରଶଂସକଙ୍କୁ ନମସ୍କାର ମଧ୍ୟ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । 

ଭିଡିଓରେ  ଦୀପିକାଙ୍କୁ ଏକ କାଜୁଆଲ ଲୁକରେ ଦେଖିବାକୁ ମିଳିଛି । ସେ  ଧଳା ଟି-ସାର୍ଟ ସହ  ଡେନିମ୍ ପ୍ୟାଣ୍ଟ ପିନ୍ଧିଛନ୍ତି । ଯେଉଁଥିରେ ସେ ବେଶ୍ ସୁନ୍ଦର ଲାଗୁଛନ୍ତି । ତେବେ ପ୍ରଥମେ ଦୀପିକା ପାଦୁକୋନ ହଠାତ୍ ଦିଲଜିତ ଦୋସାଞ୍ଜଙ୍କ କନ୍ସର୍ଟରେ ପ୍ରବେଶ କରି ମଞ୍ଚକୁ ଯାଇ ଗାୟକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏଥି ସହିତ ଦୀପିକା ପାଦୁକୋନ ମଞ୍ଚରେ ଦିଲଜିତ ଦୋସଞ୍ଜଙ୍କୁ କନ୍ନଡ ଭାଷା ଶିକ୍ଷା ଦେଇଥିଲେ। ତେବେ ଦୀପିକା ପାଦୁକୋନ ଏବଂ ଦିଲଜିତ ଦୋସାଞ୍ଜ କନସର୍ଟରୁ ଏକ ଭିଡିଓ ସେୟାର ହୋଇଛି । ଦିଲଜିତ୍ କନସର୍ଟରେ ଦୀପିକାଙ୍କ ଏକ ସ୍କିନ୍ କେୟାର ପ୍ରଡକ୍ଟର ପ୍ରୋତ୍ସାହିତ କରିଛନ୍ତି । ପ୍ରକାଶ ଥାଉକି, ଗତ ସେପ୍ଟେମ୍ବର ୮ରେ ଦୀପିକା ଏବଂ ରଣବୀର  ଏକ କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଯାହାର ଖବର ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ତାଙ୍କ ଝିଅଙ୍କ ନାମ ଦୁଆ ରଖିବାଥିବା ବେଳେ ତାଙ୍କୁ ମାତ୍ର ୨ ମାସ ହୋଇଛି। ଯାହାକୁ ନେଇ ଅଭିନେତ୍ରୀ ଫିଲ୍ମ ଦୁନିଆରୁ ଦୂରରେ ରହି ଝିଅଙ୍କ ସହ ବିତାଉଛନ୍ତି ସମୟ । 



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.