ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

୨୧ ଦିନ ପରେ ସାଉଦିରୁ ଫେରିଲା ଦିଲ୍ଲୀପଙ୍କ ମୃତ ଶରୀର

Published By : Ladu Kishor | June 1, 2025 6:30 PM

ରାଉରକେଲା ୦୧/୬: ପ୍ରାୟ ୨୧ ଦିନ ପରେ ସାଉଦିରୁ ଫେରିଛି ଇଞ୍ଜିନିୟର ଦିଲ୍ଲୀପଙ୍କ ମୃତ ଶରୀର। ସାଉଦିରୁ ସ୍ଵତନ୍ତ୍ର ବିମାନ ଯୋଗେ ଶନିବାର ମୃତଦେହ କୋଲକାତା ଆସିଥିଲା। ପରିବାର ଲୋକେ  କୋଲକାତା ଯାଇ ପୁଅର ମୃତଦେହକୁ ରବିବାର ରାଉରକେଲା ଆଣିଥିଲେ। ଶେଷଥର ପାଇଁ ପୁଅକୁ ଦେଖି ବାପା ନିଜ କୋହ ସମ୍ଭାଳି ପାରୁ ନଥିବା ବେଳେ ମାଆ କାନ୍ଦି କାନ୍ଦି ଅଚେତ ହୋଇ ପଡୁଥିଲେ। ଶେଷରେ ବେଦବ୍ୟାସ ସ୍ଵର୍ଗଦ୍ଵାର ପୀଠରେ ମୃତଦେହ ସତ୍କାର କରାଯାଇଛି। 

ପ୍ରକାଶ ଥାଉ କି, ରାଉରକେଲା ଛେଣ୍ଡରେ ରହୁଥିବା ପ୍ରାକ୍ତନ ଆରଏସପି କର୍ମଚାରୀ ସୁବାସ ଚନ୍ଦ୍ର ସାହୁଙ୍କ ପୁଅ ଦିଲ୍ଲୀପ ଇଞ୍ଜିନିୟର ଥିବାବେଳେ ନିକଟରେ ସାଉଦି ଆରବର ଆକ୍ୱା ପାୱାର ନାମକ କମ୍ପାନୀରେ ସିନିୟର ମ୍ୟାନେଜର ଭାବେ ଚାକିରି ପାଇଥିଲେ। ଏପ୍ରିଲ ୧୪ରେ ଅନ୍ୟ ୧୦ଜଣଙ୍କ ସହ ସାଉଦି ଯାଇ ଚାକିରୀରେ ଯୋଗ ଦେଇଥିଲେ। ହେଲେ ମେ ୧୦ରେ ଅଚାନକ ହାର୍ଟ ସମସ୍ୟାକୁ ନେଇ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ତାଙ୍କ ପରିବାରକୁ ଜଣାଯାଇଥିଲା। ବିଦେଶରୁ ମୃତଦେହ ଆଣିବାକୁ ଦିଲ୍ଲୀପଙ୍କ ବାପା ଅସମର୍ଥ ଥିବାରୁ ଜିଲ୍ଲା ପ୍ରଶାସନ ଠାରୁ ନେତା, ହାଇକମିଶନ ପର୍ଯ୍ୟନ୍ତ ଜଣାଇଥିଲେ। କିନ୍ତୁ କାଗଜପତ୍ର ସମସ୍ୟା ଯୋଗୁ ମୃତଦେହ ଆସିପରୁନ ଥିଲା। ମଙ୍ଗଳବାର ସାଉଦି କମ୍ପାନୀ ପକ୍ଷରୁ ବିମାନ ଯୋଗେ ଦିଲ୍ଲୀପଙ୍କ ମୃତଦେହକୁ କୋଲକାତା ପଠାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.