ବାରଙ୍ଗ,୭।୫ : ବାରଙ୍ଗ ଥାନା ମଣ୍ଡଳୀ ପଞ୍ଚାୟତ ଗୋବିନ୍ଦପୁର ସ୍କୁଲ ପଛରେ ପଡିରହିଛି ଗଳିତ ମୃତ ଦେହ। ବୁଧବାର ସନ୍ଧ୍ୟାରେ ଗୋବିନ୍ଦପୁର ଗାଁର ମହିଳାମାନେ ଶୌଚ ହେବାକୁ ଯିବାବେଳେ ମୃତ ଦେହ ଉପରେ ନଜର ପଡ଼ିଥିଲା। ଭୟରେ ମହିଳାମାନେ ଆସି ଗ୍ରାମରେ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଗୋଡ଼ିସହି ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଗୋବିନ୍ଦପୁର ଗ୍ରାମର କିଛି ମହିଳା ସ୍କୁଲ ପଛଦେଇ ନିକଟସ୍ଥ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ଗଳିତ ମୃତ ଦେହ ଦେଖିଥିଲେ। ମୃତ ଦେହଟି ବହୁଦିନ ଧରି ପଡିରହିଥିବାରୁ ଶରୀରରେ ହାଡ଼ ଦେଖାଯାଉଛି। ମହିଳାମାନେ ଭୟଭୀତ ହେଇ ଗ୍ରାମକୁ ଯାଇ ଲୋକଙ୍କୁ କହିଥିଲେ। ଗ୍ରାମବାସମାନେ ଦେଖିବା ପରେ ବାରଙ୍ଗ ଥାନା ପୋଲିସକୁ ଖବର ଦେଇଥିଲେ। ମୃତ ଦେହଟି ବହୁଦିନ ଧରି ପଡିରହିଥିବାରୁ ପରିଚୟ ମିଳିପାରିନାହିଁ। ମୃତ ଦେହରେ ଏକ ହାଫ୍ ପ୍ୟାଣ୍ଟ ଓ ବ୍ଲୁ ଧଳା ସାର୍ଟ ରହିଛି। ଘଟଣା ସ୍ଥଳରେ ଗୋଡି ସାହି ଫାଣ୍ଡି ପୋଲିସ ପହଞ୍ଚି ଅନୁସନ୍ଧାନ କରିଛି । ରାତି ହୋଇଯିବାରୁ ତଦନ୍ତ ହୋଇପାରିନାହିଁ। ସକାଳେ ସାଇଣ୍ଟିଫିକ ଟିମ୍ ଆସିବା ପରେ ଘଟଣାର ତଦନ୍ତ ହେବ ବୋଲି ପୋଲିସ ଠାରୁ ସୂଚନା ମିଳିଛି।