ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ବେଆଇନ ବାଣ ତିଆରି ବେଳେ ମାଡ଼ି ବସିଲା ପୋଲିସ, ୩ ଅଟକ

ଆସ୍କା, ୦୭/୧୦ : ବେଆଇନ ବାଣ ତିଆରି ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ। ଗଞ୍ଜାମ ଜିଲ୍ଲା ଆସିକା ନଳବଣ୍ଟାରୁ ବିପୁଳ ପରିମାଣର ବେଆଇନ ବାଣ ଏବଂ ବାଣ ତିଆରି ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। 

ସୂଚନାନୁଯାୟୀ, ଆସିକା ନଳବଣ୍ଟାରେ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଆସିକା ଓ କୋଟିନଡ଼ା ପୋଲିସ ମିଳିତ ଚଢାଉ କରିଛି। ଚଢାଉ ବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ସହ ବିଭିନ୍ନ ବାଣ ତିଆରି ସାମଗ୍ରୀ ଜବତ ହୋଇଛି। ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ତାଳ ଫଟୋକା, କୁମ୍ପି, ରକେଟ, ତଳ ଚକ୍ରି, ଉପର ଚକ୍ରି ପରି ବିଭିନ୍ନ ପ୍ରକାରର ବାଣ ଜବତ ହୋଇଛି। ଚଢାଉ ବେଳେ ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାଥ ପଟ୍ଟନାୟକ, କୋଟିନଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହାଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ସୂଚନା ମିଳିଛି।


 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.