କୁକୁଡ଼ାଖଣ୍ଡି, ୨୮/୦୫ : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ବ୍ଲକ ସଭା ଗୃହରେ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ରଙ୍କ ତତ୍ତ୍ଵାବଧାନରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। ଏହି ଅବସରରେ ସମସ୍ତେ କାମାକ୍ଷା ପ୍ରସାଦ ପାତ୍ରଙ୍କ ବ୍ଲକ ପ୍ରତି ଥିବା ଅବଦାନକୁ ମନେ ପକାଇଛନ୍ତି। କାମାକ୍ଷା ପ୍ରସାଦ କୁକୁଡ଼ାଖଣ୍ଡି ବ୍ଲକରେ ଦୁଇ ଥର ଅଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ଭିନ୍ନକ୍ଷମ ନେତା କେ. ମଣିବାବୁ, ସରପଞ୍ଚ ରାଧାମୋହନ ସେଠି, ବଶିଷ୍ଟ ଜେନା, ଭବାନୀ ଶଙ୍କର ବିଶ୍ୱାଳ, ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ କୈଳାଶ ବିଶୋଇ, ଅଦଲ ଚେନେୟାଙ୍କ ସହ ସରପଞ୍ଚ, ଏମବିକେ, ସିଆରପିମାନେ ଉପସ୍ଥିତ ଥିଲେ।