ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଲଗାଣ ବର୍ଷାରେ ଭୁଶୁଡିଲା ଘର, ଶିଶୁପୁତ୍ର ଗୁରୁତର

ଚନ୍ଦାହାଣ୍ଡି ,୨୦।୭ (ଆ ପ୍ର) -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଦଳବେଡା ପଞ୍ଚାୟତ ଅଧୀନ ଭାଟିପଡା ଗ୍ରାମରେ ଲଗାଣ ବର୍ଷାରେ ଘର ଭୁଶୁଡି ପଡିବାରୁ ଜଣେ ଶିଶୁ ଗୁରୁତର ହୋଇଛି। ଶିଶୁ ଜଣକ ହେଲେ  ଦୁର୍ଯ୍ୟନ ବାଗଙ୍କ ୫ ବର୍ଷ ର ଶିଶୁପୁତ୍ର ଫାଲଗୁନୀ ବାଗ । 

ଗତ  ୩ ଦିନ ହେବ ଏଠାରେ ଲଗାଣ ବର୍ଷା ଲାଗି ରହିଛି l  ଭାଟିପଡା ଗ୍ରାମର ଦୁର୍ଯ୍ୟନ ବାଗ ଝାଟି ମାଟି ଘରେ  ତାଙ୍କ ସ୍ତ୍ରୀ ଏବଂ  ୫ ବର୍ଷ ର ଶିଶୁପୁତ୍ର ସହ ରୁହନ୍ତି। l ଆଜି ସକାଳ ସମୟରେ ତାଙ୍କ ପୁଅ ଫାଲଗୁନୀ ବାଗ  ଘରେ ଥିବା ସମୟରେ ହଠାତ କାନ୍ଥ ଭୁଶୁଡି ପଡିଥିଲା l ଫାଲଗୁନୀ ଉପରେ ପଡିବାରୁ ସେ ଗୁରୁତର ହୋଇ ପଡିଥିଲେ l   ସ୍ଥାନୀୟ ଲୋକେ ଉଦ୍ଧାର କରି ଫାଲଗୁନୀଙ୍କୁ ଚିକିତ୍ସା ପାଇଁ ୧୦୮  ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରୁ ଅଧିକା ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ  ରେଫର କରାଯାଇଥିଲା। ଖବର ପାଇ ତହସିଲଦାର ସହଦେଵ କୁଟ୍ରୁକା,ଏଆରଆଇ  ଅନନ୍ତ ସିନ୍ନା,  ବିଡିଓ ରାମକୃଷ୍ଣ ନାୟକ  ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।   ଆବାସ ଗୃହ ପ୍ରଦାନ  କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l  ସେହିପରି ଲଗାଣ ବର୍ଷାରେ  ଝାଟି ମାଟି ଗୁହାଳରେ ବନ୍ଧା ଯାଇଥିବା ନୂଆପଡା ଗ୍ରାମର ଦିର୍ଯ୍ୟ ସାହାଣଙ୍କ ଗୁହାଳ ଭୁଶୁଡି ଯିବାରୁ  ଦୁଇ ବଳଦ ଅଳ୍ପକେ ବର୍ତ୍ତି ଯାଇଛନ୍ତି  l ବିଡିଓ ଶ୍ରୀ ନାୟକ ଚାଷୀଙ୍କୁ ଖୁବ ଶୀଘ୍ର ଗୁହାଳ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.