ପ୍ରମୂଖ ଖବର
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଅଙ୍ଗଦାନ କଲେ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ୪୨ ଦିନ ଛୁଟି, ଲୋକସଭାରେ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା

Published By : Prameya | April 3, 2025 11:20 AM

ନୂଆଦିଲ୍ଲୀ,୦୩/୦୪: ଅଙ୍ଗଦାନକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସଂପର୍କରେ ଘୋଷଣା କରିଛନ୍ତି । ସେ ଅନୁସାରେ, ସରକାରୀ  କର୍ମଚାରୀ ଅଙ୍ଗଦାନ କଲେ ସେମାନଙ୍କୁ ୪୨ ଦିନର ସ୍ୱତନ୍ତ୍ର  ଛୁଟି ମିଳିବାର ପ୍ରାବଧାନ କରାଯାଇଛି । ଏହାଦ୍ୱାରା ଅଙ୍ଗଦାନ ପରେ ସେମାନଙ୍କୁ ପର୍ଯ୍ୟାପ୍ତ ଆରାମର ସୁଯୋଗ ମିଳିବ । ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏ ସଂପର୍କରେ  ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ, ଏହି ଛୁଟି ସର୍ଜରି  ବା ଅସ୍ତ୍ରୋପଚାରର ପ୍ରକାର ଉପରେ ନିର୍ଭର କରିବ ନାହିଁ ।  ସରକାରୀ ଡାକ୍ତରଙ୍କ ସୁପାରିଶକ୍ରମେ ଏହାକୁ ସର୍ବାଧିକ ୪୨ ଦିନ  ଧରି ନେଇ ହେବ । ସାଧାରଣତଃ ହସ୍ପିଟାଲରେ ଭର୍ତ୍ତି ହେବାର ଦିନଠାରୁ ଛୁଟି ଆରମ୍ଭ ହେବ । ଆବଶ୍ୟକ ପଡ଼ିଲେ ଏହା  ସର୍ଜରିର ସପ୍ତାହେ ପୂର୍ବରୁ ବି ନେଇ ହେବ । ଅଙ୍ଗଦାନକାରୀଙ୍କୁ ସଂପୂର୍ଣ୍ଣ ସୁସ୍ଥ ହେବାରେ ସହାୟତା କରିବାକୁ ଏହି ବ୍ୟବସ୍ଥା କରାଯାଇଛି । ଏ ସଂପର୍କରେ ଆଜି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ  ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ସେଥିରେ ଏହି ବିଶେଷ  ଛୁଟି ସଂପର୍କରେ ସବିଶେଷ ବର୍ଣ୍ଣନା କରାଯାଇଛି । 

ସୂଚନାଥାଉକି,  ଏହି ନିଷ୍ପତ୍ତି ଦ୍ୱାରା ସମ୍ଭାବିତ ଅଙ୍ଗଦାନକାରୀଙ୍କୁ କାମରୁ ଛୁଟି  ନେବା କିମ୍ବା ଚାକିରି ହରାଇବାର ଭୟ ରହିବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.