କେନ୍ଦ୍ରାପଡ଼ା ୦୮/୦୬: ଆସନ୍ତା କାଲି ଅର୍ଥାତ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତରେ କେନ୍ଦ୍ରାପଡ଼ା ଆସୁଛନ୍ତି । ସରକାର ବଦଳିବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ କେନ୍ଦ୍ରାପଡ଼ା ଗସ୍ତ । ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡ଼ାରେ ଭବ୍ୟ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ମୁଖ୍ୟମନ୍ତ୍ରୀ ମାଉସୀମା ମନ୍ଦିର ଠାରୁ ହେବାକୁ ଥିବା ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେବେ l ପରେ ଶ୍ରୀ ବଳଦେବ ଜିଉଙ୍କ ଦର୍ଶନ କରିବେ l ଏହା ପରେ ଜଜାଙ୍ଗ ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବା ନେଇ ସୂଚନା ଦିଆଯାଇଛି l ତେବେ ପ୍ରଥମ ଥର ପାଇଁ ଜିଲ୍ଲାକୁ ମୂଖ୍ୟମନ୍ତ୍ରୀ ଆସୁଥିବାରୁ କିଛି ନୂତନ ପ୍ରକଳ୍ପ ନେଇ ସେ ଘୋଷଣା କରି ପାରନ୍ତି ବୋଲି ଆଶା କରାଯାଉଛି । ସୁରକ୍ଷା ପାଇଁ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ତତ୍ତ୍ଵାବଧାନରେ ୯ ପ୍ଲାଟୁନ ଫୋର୍ସ, ସ୍ବତନ୍ତ୍ର ସୁରକ୍ଷା ବାହିନୀ ଓ ବଛାବଛା ୧୦୦ ଅଧିକାରୀଙ୍କୁ ମୁତୟନ କରାଯାଇଛି।

ଡିଏମକେକୁ କ୍ଷମତାଚ୍ୟୁତ କରିବେ ତାମିଲନାଡୁ ଲୋକେ, ଷ୍...