ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବିବାହ, ଧୋକା ଆଉ ହତ୍ୟା... ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ

Published By : Ankita S | June 9, 2025 9:12 AM

ନୂଆଦିଲ୍ଲୀ,୦୯/୦୬: ମେଘାଳୟକୁ ହନିମୁନ୍‌ରେ ଯାଇଥିବା ନିଖୋଜ ଦମ୍ପତି ଘଟଣାରେ ଟ୍ୱିଷ୍ଟ୍ ଆସିଛି । ୭ ଦିନ ପରେ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ମେଘାଳୟ ପୁଲିସକୁ ବଡ଼ ସଫଳତା ମିଳିଛି । ହନିମୁନ୍ ରାତିରେ ହିଁ ରାଜାଙ୍କୁ ତାଙ୍କ ପତ୍ନୀ ସୋନମ ସୁପାରି କିଲରଙ୍କୁ ଡାକି ହତ୍ୟା କରିଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶ ଗାଜିପୁରରୁ ରାଜାଙ୍କ ପତ୍ନୀ ସୋନମଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ପୁଲିସ । ଦମ୍ପତି ନିଖୋଜ ନଥିଲେ ବରଂ ଏହା ହତ୍ୟା ଷଡ଼ଯନ୍ତ୍ର ଥିଲା । ସ୍ୱାମୀ ରାଜା ରଘୁବଂଶୀଙ୍କ ହତ୍ୟା ଅଭିଯୋଗରେ ସୋନମଙ୍କୁ ଗିରଫ କରିଛି ପୁଲିସ । ହତ୍ୟା ଘଟଣା ପଛରେ ପରକିୟା ପ୍ରୀତି ଥିବା ସନ୍ଦେହ କରାଯାଉଛି ।

ନିଖୋଜ ନାଟକ- ହନିମୁନ୍‌ ପାଇଁ ମେଘାଳୟର ଶିଲଂକୁ ଯାଇଥିଲେ ମଧ୍ୟପ୍ରଦେଶ ଇନ୍ଦୋରର ଦମ୍ପତି ରାଜା ରଘୁବଂଶୀ ଏବଂ ତାଙ୍କ ସ୍ତ୍ରୀ ସୋନମ ରଘୁବଂଶୀ । ହେଲେ ସେମାନେ ନିଖୋଜ ଥିଲେ । ୧୧ ଦିନ ପରେ ପ୍ରଥମେ ରାଜା ରଘୁବଂଶୀଙ୍କ ମୃତଦେହକୁ ପୁଲିସ ଏକ ଖାଇରୁ ଉଦ୍ଧାର କରିଥିଲା । ପତ୍ନୀ ସୋନମଙ୍କ ପତ୍ତା ମିଳି ନ ଥିବାବେଳେ ତଲାସି ଜାରି ରହିଥିଲା । ଏହି ଦମ୍ପତି ମେ’ ୨୩ ସନ୍ଧ୍ୟାରୁ ନିଖୋଜ ଥିଲେ । ସେବେଠାରୁ ଅଲଗା ଅଲଗା ୬ଟି ଟିମ୍‌ ସନ୍ଧାନରେ ଲାଗିଥିଲେ । ରାଜାଙ୍କ ହାତରେ ଥିବା ତାଙ୍କ ନାମର ଟାଟୁ ଦେଖି ତାଙ୍କ ଭାଇ ମୃତଦେହ ଚିହ୍ନଟ କରିଥିଲେ ।

ସୋନମ ଗାଜିପୁରରୁ ଗିରଫ ହେବା ପରେ ରାଜାଙ୍କ ଭାଇ ବିପୁଲ ରଘୁବଂଶୀ କହିଛନ୍ତି, ''ସେ ୩ ରୁ ୪ ଜଣଙ୍କ ବିଷୟରେ ମୋତେ କିଛି ଜଣାନାହିଁ । ମୁଁ ସେମାନଙ୍କର ନାଁ ଜାଣିନାହିଁ । ରାଜ କୁଶୱାହାର ନାମ ଆସୁଛି ମାନେ ସୋନମ ଏହି ହତ୍ୟା ଘଟଣାରେ ସାମିଲ ଅଛନ୍ତି । ରାଜା ଓ ସୋନମଙ୍କ ବାହାଘର ଠିକ୍ ହେବା ପରେ ଦୁହେଁ ବେଶ୍ ଖୁସି ଥିଲେ । ଆମ ପରିବାର ବି ଖୁସି ଥିଲେ । ଆମେ କେବେ କଳ୍ପନା କରିପାରୁନୁ କି ସୋନମ ଏମିତି କିଛି କରିପାରିବେ ବୋଲି । ମେଘାଳୟ ସରକାର କିଛି ମିଛ କହୁନାହିଁ । ମୁଁ କେବେ ବି ରାଜ କୁଶୱାହାକୁ ଦେଖିନାହିଁ । ସୋନମ ହତ୍ୟାକାଣ୍ଡରେ ସାମିଲ ଅଛି । ମୋ ଭାଇକୁ ଯେପରି ଭାବେ ହତ୍ୟା କରାଯାଇଛି ତାଙ୍କୁ ସେହିପରି ଦଣ୍ଡ ଦିଆଯାଉ ।''

ପୁଲିସ ସୂଚନା ଅନୁସାରେ, ଯେଉଁଠୁ ଦମ୍ପତିଙ୍କ ସ୍କୁଟି ମିଳିଥିଲା ସେଠାରୁ ପ୍ରାୟ ୨୫ କିମି ଦୂରରେ ରାଜାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଫରେନ୍ସିକ ଟିମ୍‌ ପହଞ୍ଚି ମୃତଦେହର ଯାଞ୍ଚ କରିଥିଲା । ସୋନମଙ୍କ ତଲାସି ଜାରିଥିଲା । ପୁରା ମାମଲାକୁ ଗୁରୁତର ସହ ନିଆଯାଇ ତଦନ୍ତ ହୋଇଥିଲା । ଏବେ ସ୍ୱାମୀଙ୍କ ହତ୍ୟା ଘଟଣାରେ ସୋନମଙ୍କୁ ଗାଜିପୁରରୁ ଗିରଫ କରାଯାଇଛି ।

ହନିମୁନ୍ ରାତି ହିଁ ହତ୍ୟା- ସୂଚନା ଅନୁସାରେ, ମେ’ ୧୧ରେ ମଧ୍ୟପ୍ରଦେଶର ରାଜା ରଘୁବଂଶୀ ଏବଂ ସୋନମଙ୍କ ବିବାହ ଇନ୍ଦୋରରେ ହୋଇଥିଲା । ବାହାଘର ପରେ ନବଦମ୍ପତି ହନିମୁନ୍‌ ପାଇଁ ମେଘାଳୟ ଯାଇଥିଲେ । ମେ’ ୨୩ରେ ସେମାନେ ପରିବାର ସହ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ ମୋବାଇଲ୍‌ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା । ଶେଷଥର ପାଇଁ ଶିଲଂର ଓଶରାରେ ଉଭୟେ ଏକ ରିଲ୍‌ ବନାଇଥିଲେ । ପୁଲିସ ସେହି ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ୧୬ ଦିନର ସସ୍‌ପେନ୍ସ ଉପରୁ ପରଦା ଉଠିଛି । ସୋନମ ରାଜାଙ୍କୁ ସୁପାରି କିଲର ଡକାଇ ହତ୍ୟା କରିଥିବା ମେଘାଳୟ ଡିଜିପିଙ୍କ ପକ୍ଷରୁ ସୂଚନା ମିଳିଛି । ହେଲେ ସୋନମଙ୍କ ଉପରେ ଲାଗିଥିବା ଏହି ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ପରିବାର ।


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.