ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ସତପାଲ ଭାନୁ ଏଲଆଇସିର ଅନ୍ତରୀଣ ଏମଡି ଏବଂ ସିଇଓ ନିଯୁକ୍ତ, ୩ ମାସ ରହିବ କାର୍ଯ୍ୟକାଳ

Published By : Tapas Panda | June 8, 2025 8:00 PM

Image Courtesy: financialexpress

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC)ର ନୂଆ ଏମଡି ଏବଂ ସିଇଓ ହେଲେ ସତପାଲ ଭାନୁ  । ସେ ପ୍ରବନ୍ଧ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଏଲଆଇସିର ପ୍ରଥମ ଏମଡି ଏବଂ ସିଇଓ ସତପାଲ, ସିଦ୍ଧାର୍ଥ ମହାନ୍ତିଙ୍କ ପରେ ଏହି ଦାୟିତ୍ବ ସମ୍ବାଳିଛନ୍ତି । ଭାନୁ ଜୁନ ୮ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଅନ୍ତରୀଣ କାର୍ଯ୍ୟଭାର ସମ୍ଭାଳିବେ। ଏଲଆଇସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ଦ୍ବାରା ଜୁନ ୭ରେ ଜାରି ଚିଠି ଅନୁସାରେ ବର୍ତ୍ତମାନର ପ୍ରବନ୍ଧ ନିର୍ଦ୍ଦେଶକ ସତପାଲ ଭାନୁଙ୍କୁ, ଏମଡି ଏବଂ ସିଇଓର ଆର୍ଥିକ ଏବଂ ପ୍ରଶାସନିକ ଅଧିକାର ଦାୟିତ୍ବ ଦିଆଯାଇଛି।

 ଏଲଆଇସିର ନୂଆ ପ୍ରବନ୍ଧ ନିର୍ଦ୍ଦେଶକଙ୍କ ଭାବରେ ନିଯୁକ୍ତ କରାଯାଇଥିବା ଭାନୂଙ୍କୁ ବୀମା କ୍ଷେତ୍ରରେ ତିନି ଦଶନ୍ଧୀରୁ ଅଧିକର ଅନୁଭବ ରହିଛି। ଭାନୁ ଏହା ପୂର୍ବରୁ ଭୋପାଳ ସ୍ଥିତ ସେଣ୍ଟ୍ରାଲ ଜୋନରେ ଜୋନାଲ ମ୍ୟାନେଜରଙ୍କ ଦାୟିତ୍ବ ସାମ୍ଭଳିସାରିଛନ୍ତି। ସେହିଭଳି ସେ ବେଙ୍ଗାଲୁରୁ-୧ ଏବଂ ସିମ୍‌ଲା ଡିଭିଜନରେ ବରିଷ୍ଠ ଡିଭିଜନାଲ ମ୍ୟାନେଜର ରହିସାରିଛନ୍ତି। ଏହା ବ୍ୟତୀତ ସେ ନର୍ଦନ ଜୋନ (ନୂଆଦିଲ୍ଲୀ)ରେ ମାଇକ୍ରୋ ଇନସ୍ୟୁରାନ୍ସ, କର୍ପୋରେଟ କମ୍ୟୁନିକେସନ ଏବଂ ପର୍ସନାଲ ଏବଂ ଇଣ୍ଡଷ୍ଟ୍ରିଆଲ ରେଲସନ୍ସ ବିଭାଗରେ ରିଜନାଲ ମ୍ୟାନେଜର ଭାବରେ କାମ କରିଛନ୍ତି। ଏଲଆଇସିର ସେଣ୍ଟ୍ରାଲ ଅଫିସ (ମୁମ୍ବାଇ)ରେ ସେ ମୁଖ୍ୟ ବରିଷ୍ଠ ବିଜନେସ ଆସୋସିଏଟର ଭୂମିକା ମଧ୍ୟ ନେଇସାରିଛନ୍ତି ।ସେ ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟ, ଶିମଲାରୁ ଇତିହାସ ସମ୍ମାନରେ ଡିଗ୍ରୀ ହାସଲ କରିଛନ୍ତି।

 ସୂଚନାଯୋଗ୍ୟ, ଏଲଆଇସିର ଶୀର୍ଷ ସ୍ତରରେ ପରିବର୍ତ୍ତନ ଜାରି ରହିଛି । ନିକଟରେ ଏଲଆଇସିର ପ୍ରଥମ ଏମଡି ଏବଂ ସିଇଓ ସିଦ୍ଧାର୍ଥ ମହାନ୍ତିଙ୍କ କାର୍ଯ୍ୟକାଳ ସରିଛି।ନୂଆ ପରିବର୍ତ୍ତନ ଅନୁଯାୟୀ, ରତ୍ନାକର ପଟ୍ଟନାୟକ ଏବଂ ଦିନେଶ ପନ୍ଥଙ୍କୁ ଏମଡି ନିଯୁକ୍ତ କରାଯାଇଛି। ପନ୍ଥଙ୍କ କାର୍ଯ୍ୟକାଳ ମେ ୨୦୨୭ ପର୍ଯ୍ୟନ୍ତ ରହିବ। ରତ୍ନାକର ପଟ୍ଟନାୟକଙ୍କ କାର୍ଯ୍ୟକାଳ ୨୦୨୮ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ। ଅନ୍ୟ ଦୁଇ ଏମଡି ସତପାଲ ଭାନୁ ଏବଂ ଆର ଦୌରେସ୍ବାମୀ । ଭାନୁଙ୍କ କାର୍ଯ୍ୟକାଳ ୨୦୨୫ ଡିସେମ୍ବରରେ ସରିବ ଏବଂ ଦୌରେସ୍ବାମୀଙ୍କ କାର୍ଯ୍ୟକାଳ ୨୦୨୬ ଅଗଷ୍ଟ ପର୍ଯ୍ୟନ୍ତ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.