ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ମାଲକାନଗିରି ଜିଲ୍ଲାରେ ମହା ଆଡମ୍ବରରେ କାଳୀପୂଜା ଓ ଦୀପାବଳୀ ଉତ୍ସବ ପାଳନ, ଭିଏତନାମ ହିନ୍ଦୁ ମନ୍ଦିର ଢଙ୍ଗରେ ତୋରଣ

Published By : Prameya | November 1, 2024 8:19 PM

ମାଲକାନଗିରି -  ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳୀପୂଜା ଓ ଦୀପାବଳୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ବିଶେଷ କରି ମାଲକାନଗିରି ଟାଉନ କାଳୀପୁଜା କମିଟି ପକ୍ଷରୁ ନଗର ଭବନ କାଳୀ ଛକ ଠାରେ ଦୀର୍ଘ ୫୭ ବର୍ଷ ହେଲା ପୂଜା ପାଇ ଆସୁଥିବା ମାଆ କାଳିପୂଜା ମଣ୍ଡପରେ, ଚଳିତବର୍ଷ ଭିଏତନାମର ହିନ୍ଦୁ ମନ୍ଦିର ପରି ନିଆରା ଢଙ୍ଗରେ ତୋରଣ ନିର୍ମାଣ କରାଯାଇଛି। 

ଜିଲ୍ଲାସଦର ମହକୁମା ଡିଏନକେ ମଇଦାନ ସାର୍ବଜନୀନ ପୂଜାକମିଟି, ମାଲକାନଗିରି ଟାଉନ କାଳୀ ପୂଜା କମିଟିର ନଗରଭବନ ଓ କାଳୀଛକ,ରିକଲାମେଶନ କଲୋନି ରାମକୃଷ୍ଣ ନଗର, ଡ୍ୟାମସାଇଟ,କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା,ପଡିଆ,ଏମଭି ୭୯, ଏମଭି ୧୯,ମାଥିଲି, ଗୋବିନ୍ଦପାଲି ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ମେଢ ଓ ତୋରଣ ତିଆରି ହୋଇ ମାଆ କାଳୀଙ୍କ ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି।  

ଗୁରୁବାର ମଧ୍ୟରାତ୍ରରୁ ରୀତି ନୀତି ଅନୁସାରେ ମାଆ କାଳୀଙ୍କୁ ୧୦ଟି ରୂପରେ ପୂଜା କାରାଯାଇ ମା’ଙ୍କ ନିକଟରେ ଭୋଗ ଲଗା ଯାଇଥିଲା। କେତେକ ପୂଜା ମଣ୍ଡପ ନିକଟରେ ମେଲୋଡି ଆଉ କେତେକ ମଣ୍ଡପ ନିକଟରେ ଦେଶିଆନାଟ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପାଗ ଅନୁକୂଳ ଥିବାରୁ ପୂଜା ମଣ୍ଡପ ନିକଟରେ ଶତାଧିକ ଭକ୍ତ ଓ ଦର୍ଶକ ମାନଙ୍କ ଭିଡ ଜମୁ ଥିଲା ,ପୂଜାମଣ୍ଡପ ନିକଟରେ ଦର୍ଶକ ଓ ଭକ୍ତ ମାନଙ୍କୁ ପୂଜା କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା । 

ଗତକାଲି ଓ ଆଜି ରାତ୍ରରେ ଦୀପାବଳୀ ଉତ୍ସବ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। କତେକ ସ୍ଥାନରେ ବାଣଫୁଟାଇ ଖାଡି ଜାଳି ବଡବଡ଼ୁଆ ମାନଙ୍କୁ ଡାକପକାଇବା ସହ ଅନ୍ୟ କେତେକ ସ୍ଥାନରେ ପୟାଶ୍ରାଦ୍ଧପାଳନ କରାଯାଇ ଥିଲା। ଦୀପାବଳୀ ଉତ୍ସବ ପାଇଁ ମାଲକାନଗିର ଜିଲ୍ଲାରେ ବିକ୍ରି ହୋଇ ଥିବା ବାଣଗୁଡିକ ଛତିଶଗଡ ସୁକୁମା ଠାରୁ ବ୍ୟବସାୟୀ ମାନେ ନିମ୍ନମାନର ବାଣ ଆଣି ଥିବାରୁ ସେଗୁଡିକ ଠିକ୍‌ ଭାବେ ଫୁଟି ନଥିଲା। ପଡୋଶୀ ରାଜ୍ୟ ଛତିଶଗଡ ସୁକୁମା, ଜଗଦଲପୁର ଠାରୁ କମ୍‌ ମୂଲ୍ୟରେ ନିମ୍ନମାନର ବାଣ କିଣି ଆଣି ମାଲକାନଗିରିରେ ଚଢା ଦରରେ ବିକ୍ରି କରି ଖୁବ୍‌ ଫାଇଦା ଉଠାଇଛନ୍ତି କେତେକ ବ୍ୟବସାୟୀ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.