ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଏପ୍ରିଲରୁ ମହଙ୍ଗା ହେବ ଗାଡ଼ି, ଦର ବଢ଼ାଇବେ ମାରୁତି ସୁଜୁକି, ହ୍ୟୁଣ୍ଡାଇ, ମହିନ୍ଦ୍ରା କମ୍ପାନି

Published By : Prameya | March 24, 2025 1:17 PM

ନୂଆଦିଲ୍ଲୀ,୨୪/୦୩: ଏପ୍ରିଲରୁ ମହଙ୍ଗା  ହେବାକୁ ଯାଉଛି ଗାଡ଼ି । ମାରୁତୁ ସୁଜୁକି, ମହିନ୍ଦ୍ରା  ଆଣ୍ଡ ମହିନ୍ଦ୍ରା ଏବଂ ହ୍ୟୁଣ୍ଡାଇ ଭଳି କମ୍ପାନିଗୁଡ଼ିକ ଦର  ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି । କଞ୍ଚାମାଲ ଏବଂ  ପରିଚାଳନା ଖର୍ଚ୍ଚ ବୃଦ୍ଧିକୁ ନଜରରେ ରଖି କମ୍ପାନି  ଗୁଡ଼ିକ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଦେଶର ପ୍ରମୁଖ କାର କମ୍ପାନି ମାରୁତି  ସୁଜୁକିର ଯାନ ଗୁଡ଼ିକ ଆସନ୍ତା ମାସରୁ ୪% ଯାଏ  ଦରବୃଦ୍ଧି ଘଟିବ । 

ଏହି କମ୍ପାନି ଏବେ ଏଣ୍ଟ୍ରିଲେଭଲ ଅଲ୍‌ଟୋ କେ  ୧୦ ଠାରୁ ଆରମ୍ଭ କରି ମଲ୍ଟି ପର୍‌ପସ ଭେଇକିଲ  ଇନଭିକ୍ଟୋ ଘରୋଇ ବଜାରରେ ଉପଲବ୍ଧ କରାଉଛି ।  ଏହି ଯାନ ଗୁଡ଼ିକର ବଜାର ଦର ୪.୨୩ ଲକ୍ଷ  ଟଙ୍କାରୁ ୨୯.୨୨ ଲକ୍ଷ ଟଙ୍କା ରହିଛି । ସେହିଭଳି  ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର କାର୍‌ ଗୁଡ଼ିକ ମଧ୍ୟ ୩%  ଯାଏ ମହଙ୍ଗା ହେବ । ଟାଟା ମୋଟର୍ସ ଏହାର ଇ-କାର  ସହ ଅନ୍ୟ ବର୍ଗର ଯାନଗୁଡ଼ିକ ଦର ବଢ଼ାଇବ ବୋଲି  ମଧ୍ୟ ସ୍ପଷ୍ଟ କରିଛି । 

ଚଳିତ ବର୍ଷ ଦ୍ୱିତୀୟ ଥର ଲାଗି କମ୍ପାନି ଦର  ବୃଦ୍ଧି ସମ୍ପର୍କରେ ଘୋଷଣା କରିଛି । ଏପ୍ରିଲରୁ ମହିନ୍ଦ୍ରା  ଆଣ୍ଡ ମହିନ୍ଦ୍ରା ଏହାର ଏସ୍‌ୟୁଭି ଏବଂ କମର୍ସିଆଲ  ଯାନ ଦର ୩% ଯାଏ ବୃଦ୍ଧି କରିବ । ସେହିଭଳି  କିଆ ଇଣ୍ଡିଆ, ହୋଣ୍ଡା କାର୍‌ସ ଇଣ୍ଡିଆ, ରେନୋ  ଇଣ୍ଡିଆ ଏବଂ ବିଏମ୍‌ଡବ୍ଲ୍ୟୁ ଆସନ୍ତା ମାସରୁ ଯାନ  ଦର ବଢ଼ାଇବା ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି । 

ଅଟୋ ଶିଳ୍ପ ବିଶେଷଜ୍ଞ ରଜତ ମହାଜନ  କହିଛନ୍ତି, ଭାରତରେ କାର୍‌ କମ୍ପାନିଗୁଡ଼ିକ  ସାଧାରଣତଃ ଜାନୁଆରି ଏବଂ ଏପ୍ରିଲରେ ଦର  ବୃଦ୍ଧି କରିଥାନ୍ତି । ସାମଗ୍ରୀ ଆମଦାନି କରିବାକୁ  କମ୍ପାନିଗୁଡ଼ିକ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି ।  ଗତ ୬ ମାସ ହେବ ଟଙ୍କା ତୁଳନାରେ ଡଲାର ୩%  ଶକ୍ତିଶାଳୀ ହୋଇଛି । ଫଳରେ କମ୍ପାନିଙ୍କୁ ଇନ୍‌ପୁଟ  ଖର୍ଚ୍ଚ କ୍ଷେତ୍ରରେ ଚାପ ରହିଛି । ଓଇଏମ୍‌ ଏବଂ ସିକେଡି  ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଛି । 

ଏବେ ଏଣ୍ଟ୍ରି ସ୍ତରୀୟ କାର ଗୁଡ଼ିକର ଚାହିଦା  ପ୍ରଭାବିତ ରହିଛି । ଗ୍ରାମାଞ୍ଚଳରେ ପ୍ରଥମ ଥର  କାର କିଣୁଥିବା ଗ୍ରାହକଙ୍କ ମଧ୍ୟରେ ଏଭଳି ପ୍ରଭାବ  ଦେଖାଯାଇଛି । ଅନ୍ୟ ପକ୍ଷରେ କାର୍‌ ଗୁଡ଼ିକରେ  କମ୍ପାନି ନୂଆ ଫିଚର ଯୋଡ଼ୁଥିବାରୁ ଏଥିଲାଗି ଖର୍ଚ୍ଚ ମଧ୍ୟ  ବଢ଼ୁଛି । ଫଳରେ ଗତ କିଛି ତ୍ରୈମାସ ହେବ କମ୍ପାନି  ଲଗାତାର ଦର ବୃଦ୍ଧି କରୁଥିବା ନଜରକୁ ଆସିଛି ।  

ଏଣ୍ଟ୍ରି ସ୍ତରର କାର ଗୁଡ଼ିକ ଉପରେ ଦର  ବୃଦ୍ଧି କରିବା ପୂର୍ବରୁ କମ୍ପାନି ଅନେକ ଥର  ଚିନ୍ତା କରୁଛନ୍ତି । କାରଣ ଏ କ୍ଷେତ୍ରରେ ଚାହିଦା  ଫେରିବାର ଢ଼େର ସମ୍ଭାବନା ରହିଛି । ବଜେଟରେ  ହୋଇଥିବା ଟିକସ ରିହାତି ଘୋଷଣା ପରେ  ଲୋକଙ୍କ ହାତରେ ଅର୍ଥ ରହିବାର ଆଶା ଥିବାରୁ  ଏହାକୁ ସେମାନେ ଖର୍ଚ୍ଚ ଲାଗି ବ୍ୟବହାର  କରିବେ ବୋଲି ବିଶେଷଜ୍ଞ ଆଶାବାଦୀ ରହିଛନ୍ତି । 

ଇକ୍ରା ସଭାପତି ରୋହନ କନୱାର ଗୁପ୍ତା  କହିଛନ୍ତି, କଞ୍ଚାମାଲ ଦର ବୃଦ୍ଧି ଜନୀତ ଚାପକୁ  କମାଇବା ଲାଗି କମ୍ପାନି ସାଧାରଣତଃ ଆର୍ଥିକ ବର୍ଷ  ଏବଂ କ୍ୟାଲେଣ୍ଡର ବର୍ଷ ଆରମ୍ଭରେ ଦର ବୃଦ୍ଧି ନେଇ  ଅଗ୍ରସର ହୋଇଥାନ୍ତି । ଏବେ ବଜାରରେ କଞ୍ଚାମାଲ  ବଢ଼ିଥିବାରୁ ଏହାକୁ ବିଚାରକୁ ନେଇ କମ୍ପାନି ଦର  ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଚାହିଦାକୁ ନଜରରେ  ରଖି ଦରବୃଦ୍ଧି ଏତେଟା ହୋଇନି ।  ଅନ୍ୟ ପଟେ ପାସେଞ୍ଜର ଯାନ ବର୍ଗରେ କମ୍ପାନି  ବେଶ ଭଲ ରିହାତି ଦେଉଛନ୍ତି । ବର୍ତ୍ତମାନ ଉପଲବ୍ଧ  ଥିବା ଯାନଗୁଡ଼ିକୁ ବିକ୍ରି କରିବା ଉପରେ କମ୍ପାନିଙ୍କ ଫୋକସ ରହିଛି । ଏହାକୁ ଦେଖିଲେ ଦରବୃଦ୍ଧିର  ଚାପ ଚାହିଦା ଉପରେ ଏତେଟା ପଡି ନ ପାରେ  ବୋଲି ଶ୍ରୀ ଗୁପ୍ତା ଉଲ୍ଲେଖ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.