ୱାଶିଂଟନ,୨୭/୦୩ : ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରଠୁ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ୱାର୍ ଜାରି ରହିଛି । ଏବେ କାର୍ ଉପରେ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । ଆମେରିକାରେ ଆମଦାନୀ ହେଉଥିବା ବିଦେଶୀ କାର ଉପରେ ୨୫% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫଳରେ ଏଣିତି ଆମେରିକାରେ କାର୍ କିଣିବା ମହଙ୍ଗା ହୋଇଯିବ ।
ଆସନ୍ତା ଏପ୍ରିଲ ୨ରୁ ଏହା ଲାଗୁ ହେବ । ଟିକସ୍ ଆଦାୟ ଏପ୍ରିଲ ୩ରୁ ଆରମ୍ଭ ହେବ । ହ୍ବାଇଟ ହାଉସ୍ ଓଭାଲ ଅଫିସରେ ପ୍ରେସ୍ କନଫରେନ୍ସ ଜରିଆରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, '' ଆମେ ଏହି ପଦକ୍ଷେପ ଉଠାଇବାକୁ ଯାଉଛୁ । ଆମେରିକାରେ ତିଆରି ହେଉନଥିବା ସେହି ସବୁ କାର୍ ଉପରେ ୨୫% ଶୁଳ୍କ ଲାଗିବ । ଏହା ସ୍ଥାୟୀ ପଦକ୍ଷେପ ହେବ । ଆମେ ୨.୫ ପ୍ରତିଶତ ଶୁଳ୍କରୁ ଆରମ୍ଭ କରିବୁ । ଯାହା ବର୍ତ୍ତମାନରୁ ଲାଗୁ । ଏହାକୁ ପରେ ୨୫% ଯାଏଁ ବଢାଯିବ । ଏହି ପଦକ୍ଷେପ ଆମେରିକାର ଆର୍ଥିକ ସ୍ଥିତିକୁ ବଢାଇବ । ଏହା ବିକାଶକୁ ଦ୍ରୁତ ଗତିରେ ଆଗକୁ ନେବ ଯାହା ପୂର୍ବରୁ କେବେ ହୋଇନାହିଁ । ଯଦି ତୁମେ ତୁମ କାର୍ ଆମେରିକାରେ ତିଆରି କରୁଛ ତେବେ ତାହା ଉପରେ କୌଣସି ଶୁଳ୍କ ଲାଗିବ ନାହିଁ । ''
ଅଧିକ ପଢନ୍ତୁ...ଆମେରିକୀୟ ଉତ୍ପାଦ ଗୁଡିକ ଉପରୁ ଟିକସ କମେଇବ ଭାରତ; ଉଭୟ ଦେଶ ମଧ୍ୟରେ ହେଲା ଆଲୋଚନା
ଆମେରିକୀୟ ଉତ୍ପାଦରୁ ଟିକସ କମାଇବ ଭାରତ- ଆସନ୍ତା ଏପ୍ରିଲ ୨ରୁ ଆମେରିକା ନୂଆ ଟିକସ ନୀତି ଲାଗୁ କରିବାକୁ ଯାଉଛି । ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ଭିତରେ ଭାରତ ଆମେରିକୀୟ ଉତ୍ପାଦ ଉପରୁ ଟିକସ କମାଇବାକୁ ନିଷ୍ପତ୍ତି ନେଇଛି । ଏ ନେଇ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ହୋଇଛି । ଭାରତ ହାର୍ଲେ-ଡାଭିଡସନ ମୋଟରସାଇକେଲ, ବରବନ ହ୍ବିସ୍କି ଓ କାଲିଫୋରନିଅନ ୱାଇନ୍ ଉପରୁ ଟିକସ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।