ଆଳି, ୨୮/୦୫; ବିଏସଏଫ୍ ଯବାନଙ୍କୁ ଗାର୍ଡ ଅଫ୍ ଅନର ପରେ ଶେଷକୃତ୍ୟ ସମ୍ପନ୍ନ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଦେମାଳ ଗାଁର ବିଏସଏଫ ଯବାନ ରାଜକିଶୋର ମହାଳିକଙ୍କ ଅନ୍ତିମ ସଂସ୍କାର ହୋଇଛି । ତାଙ୍କ ପୁଅ ଅବିନାଶ ମହାଳିକ ମୁଖାଗ୍ନି ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା ।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ବିଏସଏଫ ଯବାନ ରାଜକିଶୋର ମହାଳିକ ଟିବି ଓ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ । ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିଲେ । ଆଜି ରାଜକିଶୋରଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଜନ୍ମମାଟିକୁ ଆଳିର ଦେମାଳ ଗାଁରୁ ନିଆଯାଇଥିଲା । ଗାଁ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିଏସଏଫ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।....