ପ୍ରମୂଖ ଖବର
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

'ବିଶ୍ଵ ସ୍ତନ୍ୟପାନ ସପ୍ତାହ' ଉପଲକ୍ଷେ ବଡ଼ ଘୋଷଣା; ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍

Published By : Rasmita Pradhan | August 6, 2025 2:29 PM

ଭୁବନେଶ୍ଵର, ୦୬/୦୮: ସପିଂ ମଲ୍‌ରେ ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର। ବ୍ୟବସାୟୀ ଅନୁଷ୍ଠାନକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁରୋଧ। ସରକାରୀ ଅଫିସ ଓ ଅଭିଯୋଗ ଶୁଣାଣୀ ସ୍ଥାନରେ ବ୍ରେଷ୍ଟ ଫିଡିଂ ସେଣ୍ଟର ଖୋଲିବ। ଆଗକୁ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଣ୍ଟର ଖୋଲାଯିବ। ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨ଟି ୱେବସାଇଟ୍ ଲଞ୍ଚ ହୋଇଛି। 

ମହିଳା କମିଶନରେ ରାଜ୍ୟର ପ୍ରଥମ ବ୍ରେଷ୍ଟ ଫିଡିଂ ସେଣ୍ଟର୍ ଖୋଲାଯାଇଛି । ସେହିଭଳି ମହିଳା ସମାଜ କଲ୍ୟାଣ ବୋର୍ଡରେ ସମାଜସେବୀ ଯୋଡ଼ି ହେବା ପାଇଁ ଲୋକ କଲ୍ୟାଣ ଆପ୍ ଉନ୍ମୋଚନ କରାଯାଇଛି। ସାରା ରାଜ୍ୟରେ ସର୍ବସାଧାରଣ ସ୍ଥାନ ଯେପରିକି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ପରିବା ହାଟ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ବ୍ରେଷ୍ଟ ଫିଡିଂ ସେଣ୍ଟର ଖୋଲାଯିବ। ଏହା ସହ ରେଳ ଷ୍ଟେସନରେ ଜଣେ ମହିଳା ଆଟେଡାଣ୍ଟ ରହିବେ। ବ୍ରେଷ୍ଟ ଫିଡିଂ ଦ୍ଵାରା ବ୍ରେଷ୍ଟ କ୍ୟାନ୍ସର, ଟାଇପ ୨ ଡାଇବେଟିସ ଭଳି ରୋଗ ମାକୁ ହେବନି ଓ ପିଲାଟି ମଧ୍ୟ ଅପପୁଷ୍ଟିର ଶିକାର ହେବନି। ଏହା ସହ ଆଗକୁ ସରକାରୀ ଅଫିସ ଓ ଅଭିଯୋଗ ଶୁଣାଣୀ ସ୍ଥାନରେ ଏହି ସେଣ୍ଟର ଖୋଲାଯିବ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସପିଂ ମଲ୍ ଗୁଡିକରେ ୭୫ ପ୍ରତିଶତରୁ ଅଧିକ ମହିଳାଙ୍କ ପାଇଁ ଶୌଚାଳୟ ଓ ବ୍ରେଷ୍ଟ ଫିଡିଂ ସେଣ୍ଟର ନିହାତି କରିବା କଥା। ଏହା ନହେଲେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିବ। ପିଇବା ପାଇଁ ପାଣି, ଶୌଚାଳୟ ଓ ବ୍ରେଷ୍ଟ ଫିଡିଂ ବ୍ୟବସ୍ଥା ନହେଲେ ଆଗକୁ ତା ପାଇଁ ସରକାର ବ୍ୟବସ୍ଥା କରିବେ। ନାଲି ଆଖି ନୁହେଁ ସରକାର ସହଯୋଗ ମାଗନ୍ତି। ତେଣୁ ଅନୁରୋଧ କରୁଛୁ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକୁ ନିଜ ଗ୍ରାହକଙ୍କ ପାଇଁ ଛୋଟ କୋଠରୀର ବ୍ୟବସ୍ଥା କରନ୍ତୁ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.