ପ୍ରମୂଖ ଖବର
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ଦୁଃଖଭରା ବିଦାୟ, ଆଜି ପୈତୃକ ଗାଁ ବାୟାବରରେ ହେବ ଶେଷକୃତ୍ୟ
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ବଳଙ୍ଗା ପୀଡ଼ିତା ମୃତ୍ୟୁ ମାମଲା; ବିରୋଧୀଙ୍କୁ କଡ଼ା ଜବାବ ଦେଲା ବିଜେପି

Published By : Manash Sahoo | August 3, 2025 4:35 PM

ଭୁବନେଶ୍ବର,୦୩/୦୮: ପୁରୀ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି । ବିଜେପି ଏବଂ ବିରୋଧୀଙ୍କ ମଧ୍ୟରେ ତୁତୁ ମେମେ ଚାଲିଛି । ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଘେରିଥିବା ବେଳେ ଏହାର କଡ଼ା ଜବାବ ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ, ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ । ଏହା ହୀନ ରାଜନୀତି । ଶାଗୁଣା ପ୍ରକୃତିର ଲୋକ ଏଭଳି ରାଜନୀତି କରନ୍ତି । ଏଭଳି ସ୍ଥିତିରେ ବିଜେଡ଼ି ଓ କଂଗ୍ରେସ ରାଜନୀତି କରନ୍ତୁ ନାହିଁ । ଯେଉଁମାନେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସେମାନେ ଓଡ଼ିଶାର ଡେମୋଗ୍ରାଫି ଜାଣିନାହାନ୍ତି । ଓଡ଼ିଶା ରାଜ୍ୟ ୟୁପି କି ବିହାର ନୁହେଁ ବୋଲି ବିଜେପି ମୁଖପାତ୍ର କହିଛନ୍ତି।

ପୂର୍ବ ସରକାର ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରୁନଥିଲେ । ମୋହନ ମାଝୀଙ୍କ ସରକାରରେ ତାହା ସମ୍ଭବ ହୋଇଛି । ପ୍ରମିଳା ମଲ୍ଲିକଙ୍କ ଘରେ ମରିଯାଇଥିଲେ । ତା’ ଉପରେ କହିବେ କି ବୋଲି ପ୍ରଶ୍ନ କରିଥିଲେ ବିଜେପି ମୁଖପାତ୍ର । ଲେଖାଶ୍ରୀଙ୍କୁ ଅଭ୍ୟାସ ଗତ ବିରୋଧୀ ବୋଲି କହିଲେ ମନୋଜ । କିଛି ଲୋକ ନ୍ୟାୟିକ ତଦନ୍ତ କଥା କହୁଛନ୍ତି । କିନ୍ତୁ କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣାରେ ନ୍ୟାୟିକ ତଦନ୍ତ ହେବା ପରେ ରିପୋର୍ଟ କ’ଣ ଆସିଲା । କେହି ଜଣେ ହେଲେ ଧରା ପଡ଼ିଲେ ନାହିଁ କି ? ୧୪ କୋଟି ଟଙ୍କା ନ୍ୟାୟିକ କମିଶନ ତଦନ୍ତରେ ଖର୍ଚ୍ଚ ହେଲା । ହେଲେ ରିପୋର୍ଟ ସାମ୍ନାକୁ ଆସିଲା ନାହିଁ । ତେଣୁ ବିରୋଧୀ ଦଳ ଯାହା କହୁଛନ୍ତି, ବୁଝି ବିଚାରି କୁହନ୍ତୁ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.