ପ୍ରମୂଖ ଖବର
  • ପୁରୀ : ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫୦ ଗୁଳି ଜବତ
  • ||
  • ଦେବଗଡ : ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ଯା
  • ||
  • ଭୁବନେଶ୍ୱର : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ: ୨ ଯୁବତୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ, ଦୀର୍ଘ ସମୟ ଧରି ଫାଟକ ବାହାରେ ଠିଆ ହୋଇ ରହିଲା ଆମ୍ବୁଲାନ୍ସ
  • ||
  • ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
  • ||
  • ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଟେଣ୍ଟ କର୍ମଚାରୀଙ୍କ ଜୀବନ
  • ||
  • ବୌଦ୍ଧ : ବସ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କଟକ : କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ରାକେଟ, ରାଜ୍ୟ ବାହାରୁ ୨୪ ଜଣ ଗିରଫ
  • ||
  • ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିଲେ ଯୁବକ, ମିଳିଲା ମୃତଦେହ
  • ||
  • ବାରିପଦା : କାର୍ଯ୍ୟରେ ଅବହେଳା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ
  • ||
  • କେନ୍ଦୁଝର : ଅଷ୍ଟମ ବେତନ କମିଶନ ଓ ୟୁପିଏସକୁ ନେଇ ଶ୍ରମିକ ୟୁନିଅନର ସାଧାରଣ ସଭା ଅନୁଷ୍ଠିତ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ‌ରେ ରାଗିଂ ଘଟଣା: ମୁହଁ ଖୋଲିଲେ ଦ୍ଵିତୀୟ ବର୍ଷ ଛାତ୍ର
  • ||
  • ଗଜପତିରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ
  • ||
  • କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର, ରାସ୍ତାରେ ଗାଡି ମୋଟର ଚଳାଚଳରେ ସମସ୍ୟା
  • ||
  • ବାଲିପାଟଣା : ଗୋମାଂସ ଚୋରା ଚାଲାଣ ବେଳେ ଗାଡି ଅଟକାଇଲେ ଲୋକେ, ୩ ବସ୍ତା ଗୋମାଂସ ଜବତ
  • ||
  • ସୁନ୍ଦରଗଡ଼ : କରମଡିହିରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର
  • ||
  • ରାଜଧାନୀରେ ହତ୍ୟାକାଣ୍ଡ: ମାଛ ଖାଇବାକୁ ନଦେବାରୁ ଗଡିଲା ମୁଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ
  • ||

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ପାରିତ ହେଲା ରାଜନୈତିକ ଚିଠା, ୫ ପ୍ରସ୍ତାବ ଉପରେ ମୋହର

ପୁରୀ/ଭୁବନେଶ୍ୱର,୨୦/୦୭: ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପୁରୀଠାରେ ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହାର ଦ୍ୱିତୀୟ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ଏହି କାର୍ଯ୍ୟକାରିଣୀରେ ୫ଟି ପ୍ରସ୍ତାବ ଉପରେ ମୋହର ମରାଯାଇଥିଲା । 

ଏହି ଅବସରରେ ପୁରୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସନ୍ତୁଳିତ ଓ ସମତୁଳ ବିକାଶ ଉପରେ କାର୍ଯ୍ୟକାରିଣୀରେ ଗୁରୁତ୍ୱ ଦିଆଯିବା ସହ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଶାସନ ପାଇଁ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେଇଛନ୍ତି । ୨୦୩୬ ମସିହାକୁ ଆଖି ଆଗରେ ରଖି ୧୨ବର୍ଷର ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି । ତୃଣମୂଳ ସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ୧୨ ହଜାର ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ୨୪*୭ କାମ କରିବେ । ବିକଶିତ ଓଡ଼ିଶା ପାଇଁ ୧୨ବର୍ଷର ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ୨୦୩୬ ସୁଦ୍ଧା “ଆଧୁନିକ ଓଡ଼ିଶା, ବିକଶିତ ଓଡ଼ିଶା” ଗଠନ ପାଇଁ ଦଳ ଲକ୍ଷ୍ୟ ରଖିଛି । ୧୯୩୬ ମସିହାରେ ଓଡ଼ିଶାପ୍ରଦେଶ ଗଠନ ହୋଇଥିଲା । ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ, ସେତେବେଳେ ବିକଶିତ ଏବଂ ଆଧୁନିକ ଓଡ଼ିଶା ଗଠନ କରିବାର ସଂକଳ୍ପ ନିଆଯାଇଛି ଏହି କାର୍ଯ୍ୟକାରିଣୀରେ । ଯେମିତି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ୧୨ବର୍ଷ ଲାଗିଥିଲା । ୧୨ଶହ ବଢ଼େଇ ୧୨ବର୍ଷର ଅକ୍ଳାନ୍ତ ପରିଶ୍ରମରେ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ ସେମିତି ଆମ ଦଳ ଓଡ଼ିଶାର ବିକାଶ ପାଇଁ ୧୨ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି ସମୟ ମଧ୍ୟରେ ତୃଣମୂଳ ସ୍ତରରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକର୍ତା ନୂଆ ଓଡ଼ିଶା ଏବଂ ଆଧୁନିକ ଓଡ଼ିଶା ଗଠନ କରିବେ । ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ବିକଶିତ ଓ ଆଧୁନିକ ଓଡ଼ିଶା ଗଠନ ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଂକଳ୍ପ ନିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.