ପ୍ରମୂଖ ଖବର
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଗିରଫ ପ୍ରସଙ୍ଗରେ ଯୁବ ବିଜେପିର ବିକ୍ଷୋଭ

Published By : Anindita Ratha | July 22, 2025 1:14 PM

ଢେଙ୍କାନାଳ,୨୨/୦୭: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଗିରଫ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି। ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ନାରାବାଜି ପ୍ରଦର୍ଶନ କରାଯାଇଛି। ଏଥିସହ ବରିଷ୍ଠ କଂଗ୍ରେସ ନେତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।  

ତେବେ ମହିଳାଙ୍କୁ ସମ୍ମାନ ନ ଦେଇ ଦୁଷ୍କର୍ମ ଓ ନିର୍ଯାତନା ଦେଉଥିବା ଅଭିଯୋଗରେ ବିଜେପି ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି। ଏଥିସହ ଲୋକସଭା ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ, ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଏହି ଆନ୍ଦୋଳନ ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମାଙ୍କ ନେତୃତ୍ୱରେ ବହୁ ଯୁବନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.