ଭୁବନେଶ୍ବର, ୧୬।୭ : ବାଲେଶ୍ଵର ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବୁଧବାର ପ୍ରତିବାଦ କରି ଲୋକସେବା ଭବନ ଘେରାଉ କରିଥିଲା। ଗଣତନ୍ତ୍ରରେ ରାଜନୈତିକ ଦଳର ସ୍ୱର ଉଠିବାର ଅଧିକାର ଅଛି। ଆନ୍ଦୋଳନ ହେବା ମାତ୍ରେ ପୁଲିସ ଆମକୁ ଓଲଟା ଆକ୍ରମଣ କରିଲା। ପାଣି, ଲୁହବୁହା ଗ୍ୟାସ ଓ ବୁଲେଟ ଫାୟାର ଆକ୍ରମଣ କଲା। ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କଲାବେଳେ, ହଠାତ ପୁଲିସ କାହିଁକି ଏମିତି କଲା ଆମେ ବୁଝି ପାରିଲୁ ନାହିଁ। ଏଥିରୁ ଜଣା ପଡୁଛି ସରକାର ଭୟଭୀତ। ଆମ ମହିଳା କର୍ମୀଙ୍କୁ ପୁଲିସ ପକ୍ଷରୁ ଦୁର୍ବ୍ୟବହାର କରାଗଲା । ବୁଲେଟ ଫାୟାରରେ ଆମର ବହୁତ ଲୋକ ଆହତ ହୋଇଛନ୍ତି। ଛାତିରେ ମାଡ଼ ହୋଇ ମହିଳା ସାଂସଦ ସୁଲତା ଦେଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡେଇଙ୍କ ସହ ୧୦୦ ରୁ ଅଧିକ କର୍ମୀ ଚିକିତ୍ସିତ ହେଉଛନ୍ତି। ପୁଲିସ ସରକାରଙ୍କ ଚାମାଚାଗିରି ଛାଡ଼ନ୍ତୁ। ପୁଲିସ ବୁଲେଟ ଫାୟାର ଆମ ଆନ୍ଦୋଳନକୁ ବନ୍ଦ କରି ପାରିବିନି। ମହିଳା ନିର୍ଯ୍ୟାତନା ନ କମିବା ଯାଏଁ ଏ ଆନ୍ଦୋଳନ ଜାରି ରହିବ ବୋଲି ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନା କହିଛନ୍ତି।
ପୁଲିସ ଆମ ଉପରେ ଅତ୍ୟାଚାର କଲା। ଏ ଘଟଣାକୁ ଆମେ ନିନ୍ଦା କରୁଛୁ। ପୁଲିସଙ୍କୁ ଏ ଅଧିକାର ଦେଲା କିଏ। ଲୋକଙ୍କ ସ୍ୱରକୁ ବୁଲେଟ ମାଧ୍ୟମରେ ଚପାଇ ପାରିବେ ନାହିଁ। ରାଜ୍ୟରେ ବେଟି ବଚାଓ ଅଭିଯାନ ବାଟବଣା ହୋଇଯାଇଛି। ମହିଳା କର୍ମୀଙ୍କୁ ପୁରୁଷ ପୁଲିସ କର୍ମୀ ଉଠାଇନେଲେ। ଗୁରୁବାର କଂଗ୍ରେସ ଆନ୍ଦୋଳନ ଏବଂ ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଯେଉଁମାନେ ସ୍ୱର ଉଠାଇବେ ଆମେ ତାକୁ ସମ୍ମାନ ଜଣାଇବୁ ବୋଲି ବିଜେଡି ନେତା ସୁଦାମ ମାର୍ଣ୍ତି, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ କହିଛନ୍ତି।