ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭୁଲ ଇଞ୍ଜେକସନରେ ମହିଳାଙ୍କ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ବିଜେଡି ପକ୍ଷରୁ ସହାୟତା ପ୍ରଦାନ

Published By : Suraj Kumar | July 8, 2025 10:54 PM

କୋକସରା,୮/୭ କୋରାପୁଟ ମେଡ଼ିକାଲ କଲେଜରେ ଜଣେ କାର୍ଯ୍ୟରତ ମେଡ଼ିକାଲ କର୍ମଚାରୀ ଭୁଲ ଇଂଜେକସନ ଦେବା ଯୋଗୁଁ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମର ଚିକତ୍ସାଧିନ ଫୁଲମତି ମାଝୀ (୫୦) ଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଫୁଲମତୀଙ୍କ ପରିବାରକୁ ଭେଟି ବିଜେଡି  ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

ମଙ୍ଗଳବାର ବିଜେଡି ପୂର୍ବତନ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସମେତ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସହ ଏକ ପ୍ରତିନିଧି ଦଳ ସୁପାଡ଼ ଗ୍ରାମରେ ପହଞ୍ଚି ମୃତ ମହିଳାଙ୍କ ପୁଅ ଡମ୍ବରୁଧର ମାଝୀ ଓ ରତ୍ନା ମାଝୀଙ୍କୁ  ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ବିଜେଡିର ପ୍ରତିନିଧି ଦଳରେ ପୂର୍ବତନ ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ସମ୍ପାଦକ ପଞ୍ଚକ ପୋଢ଼, ରାଜେନ୍ଦ୍ର ନାଏକ,ରବି ନାରାୟଣ ଦାସ,ପଙ୍କଜ ମୁଖ ଚୌଧୁରୀ ସମେତ ସୁପାଡ଼ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କ୍ଷତିପୂରଣ ମୃତକଙ୍କ ପରିବାରକୁ ମିଳିନଥିବାରୁ ଏନେଇ ପରିବାର ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.