ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଗବେଷଣାରୁ ମିଳିଲା ବଡ ତଥ୍ୟ; ୫୫ ପ୍ରତିଶତ ଭାରତୀୟ ଅଧିକ ଶାରୀରିକ ସମ୍ପର୍କ ରଖିବାକୁ ଇଛୁକ...!

Published By : Bijay Swain | January 13, 2025 11:35 PM

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ବିବାହର ଋତୁ ଚାଲିଛି। ବିବାହ ପରେ ଭାରତୀୟ ପରମ୍ପରା ଓ ସାମାଜିକ ଚକ୍ଷୁରେ ସ୍ୱୀମୀ,ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବୈଧ ବୋଲି ବିଚାର କରାଯାଇଥାଏ। ତେବେ ଆପଣ ମାନେ ଭାବୁଥିବେ ବିବାହ ପୂର୍ବରୁ କଣ ଅନ୍ୟ କେହି ଶାରୀରିକ ସମ୍ପର୍କ ରଖୁ ନାହାନ୍ତି? ଯଦି ରଖୁଛନ୍ତି ତେବେ ଏହା ପଛର କାରଣ କ’ଣ? ଏହିଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚୟ। ତେବେ ନିକଟରେ ‘ମାଇଁ ମ୍ୟୁସ’ ନାମକ ଏକ ସଂସ୍ଥା ୨୦୨୫ ମସିହାରେ କରିଥିବା ଏକ ସର୍ଭେରେ  ଯେଉଁ ରିପୋର୍ଟ ଆସିଛି ତାହା ଆପଣଙ୍କୁ ଚକିତ କରିବ ନିଶ୍ଚିନ୍ତ। ଏହି ସର୍ଭେରେ ଭାଗନେଇଥିବା ଲୋକମାନେ ଭାରତରେ ପ୍ରେମ, ଦୈହିକ ସମ୍ପର୍କ ଓ ଆନ୍ତରିକ ଇଚ୍ଛାକୁ ନେଇ ଚମକାଇଦେଲା ଭଳି ଉତ୍ତର ଦେଇଛନ୍ତି।  

ଏହି ସର୍ଭେରେ ଦେଶର ଅଲଗା ଅଲଗା ସ୍ଥାନରୁ ପ୍ରାୟ ୧୦,୦୦୦ରୁ ଅଧିକ ଲୋକ ଭାଗନେଇଥିଲେ। ଯେଉଁଥିରୁ ୮୭ ପ୍ରତିଶତ ଲୋକ ବିବାହ ପୂର୍ବରୁ ଦୈହିକ ସମ୍ପନ୍ଧର ମଜା ନେବାକୁ ଶାରୀରିକ ସମ୍ପର୍କ ସ୍ଥାପନା କରିସାରିଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଦୈନନ୍ଦିନ ଜୀବନରୁ କିଛି ଅଲଗା କରି ଶୟନକକ୍ଷରେ କିଛି ଅଲଗା ଅନୁଭବ ନେବା ପାଇଁ ପ୍ରାୟ ୬୨ ପ୍ରତିଶତ ଲୋକ ଶାରୀରିକ ସମ୍ପର୍କ ରଖିଛନ୍ତି ବୋଲି ସ୍ୱୀକାର କରିଛନ୍ତି। ଏହି ରିପୋର୍ଟରେ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି ତାହା ହେଉଛି ଭାଗ ନେଇଥିବା ଅଧାରୁ ଅଧିକ ଲୋକ ଆଗ ଅପେକ୍ଷା ଅଧିକ ଯୌନ ଉଦ୍ଧିପକ ସାମଗ୍ରୀର ବ୍ୟବହାର କରୁଛନ୍ତି ବା ବ୍ୟବହାର କରିବାକୁ ଚାହୁଁଛନ୍ତି। ସେହିଭଳି ୮୭ ପ୍ରତିଶତରୁ ଅଧିକ ଲୋକ କେବଳ ମଜା ପାଇଁ ନୁହେଁ ବରଂ ଅର୍ଥପୂର୍ଣ୍ଣ ସମ୍ୱଦ୍ଧ ପାଇଁ ଯୌନ କ୍ରିୟା କରୁଛନ୍ତି ବୋଲି କହିଛନ୍ତି। 

ପଶ୍ଚାତ୍ୟ ସଭ୍ୟତାରେ ଅନୁପ୍ରାଣିତ ହୋଇ ଭାରତର ଯୁବବର୍ଗ ଅଧିକ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। ଏହି ପରିପ୍ରେକ୍ଷିରେ ରିପୋର୍ଟରେ ଭାଗନେଇଥିବା ୫୫ ପ୍ରତିଶତରୁ ଅଧିକ ଭାରତୀୟ ଅଧିକରୁ ଅଧିକ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। ଏହି ତଥ୍ୟ ଅବିବାହିତ, ପ୍ରେମୀ ଯୁଗଳ ଓ ବିବାହିତ ମାନେ ଦେଇଛନ୍ତି। ଏହି ଡାଟାରୁ ଏହା ସ୍ପଷ୍ଟ ଯେ ଶାରୀରିକ ସମ୍ପର୍କ ପାଇଁ ଭାରତରେ ଆଉ ବିବାହର ଆବଶ୍ୟକତା ନାହିଁ। ଚାଲୁ ରହିଥିବା ଶାରୀରିକ ସମ୍ପର୍କରେ କିଛି ନୂଆ ଚାହାନ୍ତି ବୋଲି ୫୯ ପ୍ରତିଶତ ଲୋକ ଦାବି କରିଛନ୍ତି। କୌତୁହଳର ବିଷୟ ହେଉଛି ଶାରୀରିକ ସମ୍ପର୍କକୁ ନେଇ ୬୦ ପ୍ରତିଶତ ମହିଳା ଓ ୫୩ ପ୍ରତିଶତ ପୁରୁଷ ଖୁସି ନଥିବା ମତ୍ତ ପ୍ରକାଶ କରିଛନ୍ତି। 

ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ନେଇ ସମସ୍ୟା ଅଛି ବୋଲି ଅସ୍ୱୀକାର କରାଯାଇପାରିବ ନାହିଁ, କିନ୍ତୁ ଭାରତୀୟମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ନୂଆନୂଆ ରାସ୍ତା ଆପଣଉଛନ୍ତି। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଯୌନ ଉଦ୍ଧିପକ ସାମଗ୍ରୀକୁ ନେଇ ଭାରତର ଯୁବବର୍ଗ ମଧ୍ୟରେ ଉତ୍କଣ୍ଠା ବଢିଛି। ପ୍ରାୟ ୪୮ ପ୍ରତିଶତ ଲୋକ ଶାରୀରିକ ସମ୍ପର୍କ ରଖିବା ବେଳେ ଯୌନ ଉଦ୍ଧିପକ ସାମଗ୍ରୀ(ଲ୍ୟୁବ, ଯୌନ ଉଦ୍ଧିପକ ଖେଳନା, ଯୌନ ପ୍ରସାଧନ ସାମଗ୍ରୀ) ଭଳି ଉପକରଣ ବ୍ୟବହାର କରୁଛନ୍ତି ଯାହା ସେମାନଙ୍କର ଶାରୀରିକ ସମ୍ବଦ୍ଧର ଅଭିଜ୍ଞତାକୁ ବୃଦ୍ଧି କରୁଛି ବୋଲି ଉଲ୍ଲେଖ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.