ପ୍ରମୂଖ ଖବର
  • ବାଲିପାଟଣା : ମାଆକୁ କୁଟୁରୀରେ ହାଣି ହତ୍ୟା କଲା ପୁଅ
  • ||
  • ପୁରୀ : ହୋଟେଲ ରୁମ ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଆଗକୁ ବଢିବାକୁ ହେଲେ ଇତିହାସକୁ ପଢ଼ିବା ଏବଂ ବୁଝିବା ଜରୁରୀ : ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | August 14, 2025 7:37 PM

ଭୁବନେଶ୍ୱର, ୧୪।୮-  ଇତିହାସ ଦର୍ପଣ ସଦୃଶ । ଭବିଷ୍ୟତର ପଥ ପ୍ରଦର୍ଶିକା । ଏକ ସଚେତନ ସମାଜ ଇତିହାସର ବିନା ଶିକ୍ଷାରେ ଆଗକୁ ବଢିପାରିବ ନାହିଁ । ଇତିହାସରୁ ଆମେ ଶିକ୍ଷା ନେବା ଉଚିତ୍ । ଆମେ ଆମର ଇତିହାସକୁ ପଢ଼ିବା ଓ ବୁଝିବା ସହ କେବେ ବି ଭୁଲିବା ଉଚିତ୍ ନୁହେଁ । ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ଗୁରୁବାର ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । 

ସେ କହିଛନ୍ତି ଯେ, ୧୯୪୭ ମସିହା ଅଗଷ୍ଟ ୧୪ରେ ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ । ସେ ସମୟର ରାଜନୀତି ଓ କୁଟନୀତିର କାରଣରୁ ଏଭଳି ଅଭାବନୀୟ ଘଟଣା ହୋଇଥିଲା ।   ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେ ବି ଅନେକ ଲୋକଙ୍କୁ ମର୍ମାହତ କରୁଛି । ତାହାର ପରିଣାମ ଆଜି ମଧ୍ୟ ଆମେ ଭୋଗୁଛୁ । ମୁଁ ମଧ୍ୟ ଦେଶର ଅନେକ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିବା ବେଳେ ସେହି ଆବେଗର ସ୍ପନ୍ଦନକୁ ଶୁଣିଛି ଓ ଅନୁଭବ କରିବା ପାଇଁ ଚେଷ୍ଟା କରିଛି । ଦେଶ ବିଭାଜନ ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । 

ସେ ଆହୁରି କହିଛନ୍ତି, ଆମେ ଯେତେବେଳେ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛୁ, ଏହି ଦିନକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ତଥା କ୍ଷତି ସହିଥିବା ପୂର୍ବଜମାନଙ୍କୁ ମନେ ପକାଇବା ଉଚିତ୍ । ଆମର ଏହି ବିଭାଜନ ବିଭୀଷିକା ସ୍ମୃତିର ଇତିହାସକୁ ଯୁବପିଢିଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ମସିହାରେ  ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ଭାରତର ପ୍ରତିଟି ନାଗରିକମାନେ ଏହି ବିଭାଜନ କଥାକୁ ଭୁଲିବା ଉଚିତ୍ ନୁହେଁ । ଏହା ଉପରେ ଶିକ୍ଷା ଆହରଣ କରିବା ସହ ଭାରତ ଉପରେ ତା’ର ପ୍ରଭାବ କ’ଣ ପଡିଥିଲା, ସେହି ବିଷୟକୁ ପାଥେୟ କରି ଇତିହାସକୁ ବୁଝି ଆଗକୁ ବଢିଲେ ହିଁ ଆମ ଦେଶର ସ୍ୱତନ୍ତ୍ରତା ସ୍ଥାୟୀ ହୋଇ ରହିବ । ବିକଶିତ ଭାରତର ମାର୍ଗ ମଧ୍ୟ ପ୍ରଶସ୍ତ କରିପାରିବା ବୋଲି ସେ କହିଛନ୍ତି ।  ଶ୍ରୀ ପ୍ରଧାନ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ, ୧ ନମ୍ବର ମାର୍କେଟ୍, ନରୁଲା କ୍ଲଥଷ୍ଟୋର୍, ହଂସ ପରିବାରର ସୁନା ଦୋକାନର ଇତିହାସ ଜାଣିବା ପାଇଁ ମଧ୍ୟ ଯୁବ ସମାଜକୁ ଆହ୍ୱାନ କରିଥିଲେ । 

ଏହି କାର୍ଯ୍ୟକ୍ରମରେ  ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦେଶରେ ବିଭାଜନ ସମୟରେ ବିସ୍ଥାପିତ ହୋଇଥିବା ବ୍ୟକ୍ତିବିଶେଷମାନଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.