ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କଟକରେ ଦୁଇଦିନିଆ ଟ୍ରାଫିକ୍‌ କଟକଣା: ଶନିବାର ଦିନ ୧ଟାରୁ ରାତି ୯ଟା ଭାରୀଯାନ ମନା, ରବିବାର ସକାଳ ୮ଟାରୁ କଟକଣା

Published By : Prameya | February 8, 2025 9:40 AM

କଟକ,୦୮/୦୨: କ୍ରିକେଟ ମ୍ୟାଚ ପାଇଁ ଯେପରି କୌଣସି ଟ୍ରାଫିକ୍‌ ସମସ୍ୟା ନହୁଏ ସେଥିପାଇଁ କଟକ ଟ୍ରାଫିକ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି  କରାଯାଇଛି । ଶନିବାର ନେଟ୍‌  ପ୍ରାକ୍ଟିସ୍‌ ପାଇଁ ଦିନ ୧ଟାରୁ ରାତି  ୯ଟା ଏବଂ ରବିବାର ସକାଳ  ୮ଟାରୁ ଭିଡ ଭାଙ୍ଗିବା ପର୍ଯ୍ୟନ୍ତ ଏହି  କଟକଣା ବଳବତ୍ତର ରହିବ ।   

କଟକଣା ଅନୁସାରେ, ମାତାମଠ ପଟୁ ରିଂରୋଡରେ ଆସୁଥିବା ଗାଡ଼ିଗୁଡିକ ବାଲିଯାତ୍ରା  ତଳ ପଡିଆରେ ପାର୍କିଂ କରିବେ ।  ହାୱାଡାମୋଟର୍ସ ଛକ ଓ ମଣିସାହୁ ଛକ ପଟୁ ଆସୁଥିବା  ଗାଡ଼ିଗୁଡିକ ଲ' ହଷ୍ଟେଲ ଛକରୁ ରିଂରୋଡକୁ  ଯାଇ ତଳ ବାଲିଯାତ୍ରା ପଡିଆରେ ରଖିବେ ।  ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ଛକ ପଟୁ  ଆସୁଥିବା ଗାଡି ଆନନ୍ଦଭବନ ଛକରୁ ସିଧା କିଲ୍ଲା  ପଡିଆ ଆଡକୁ ଯାଇପାରିବ ନାହିଁ । ଏହି ଗାଡ଼ିଗୁଡିକ  ଖ୍ରୀଷ୍ଟିୟାନ ପଡ଼ିଆରେ ରହିବ । ହରିଣ ପାର୍କ ଏବଂ  ମଧୁସୂଦନ ନଗର ଆଡୁ ରିଂରୋଡରେ ଆସୁଥିବା  ଗାଡ଼ିଗୁଡିକ କାର୍ତ୍ତିକେଶ୍ୱର ଗଡାରେ ବାମକୁ ଗଡି  ପାର୍କିଂସ୍ଥଳକୁ ଯିବେ । ସମାଜ ଅଫିସ ଛକ ଆଡୁ  ଆସୁଥିବା ଗାଡ଼ିଗୁଡିକୁ ହନୁମାନ ମନ୍ଦିର ଆଡକୁ  ନଯାଇ ଚଣ୍ଡୀଛକ ହୋଇ ଖ୍ରୀଷ୍ଟିଆନ ପଡ଼ିଆକୁ ଯିବେ ।  କେବଳ ଓସିଏ ପାସ୍‌ଧାରୀ ଗାଡ଼ି ଷ୍ଟାଡିୟମର ୧ ନମ୍ବର  ଗେଟ ଦେଇ ଓସିଏ ପାର୍କିଂସ୍ଥାନକୁ ଯିବେ । ମଧୁସୂଦନ  ପ୍ରତିମୂର୍ତ୍ତି ଛକରୁ କୌଣସି ଗାଡ଼ି ଷ୍ଟାଡିୟମ ଆଡକୁ  ଯାଇପାରିବ ନାହିଁ । ଲାୟନ୍ସ ଚକ୍ଷୁ ହସ୍ପିଟାଲ ଛକରୁ  କିଲ୍‌ଖାନା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ ।  ସେହି ରାସ୍ତାରେ ଆସୁଥିବା ଗାଡ଼ିଗୁଡିକ କଳାବିକାଶ  କେନ୍ଦ୍ର ଦେଇ ପାର୍କିଂସ୍ଥଳକୁ ଯିବ । 

ତେବେ ମ୍ୟାଚ୍‌  ଦିନ ଅର୍ଥାତ ରବିବାର ସକାଳ ୮ଟାରୁ ରାତି ୨ଟା  ପର୍ଯ୍ୟନ୍ତ ମହାନଦୀ ଓ କାଠଯୋଡି ରିଂବନ୍ଧରେ  କୌଣସି ଭାରୀଯାନ ଚଳାଚଳ କରିପାରିବ ୟନାହିଁ । ସେହିପରି ଶନିବାର ନେଟ୍‌ ଅଭ୍ୟାସ  ପାଇଁ ରିଂରୋଡର ଚହଟା ଛକ ଓ ଶିଖରପୁର  ଛକରୁ ବାଉଁଶ ଗଡା ପର୍ଯ୍ୟନ୍ତ ଦିନ ୧ଟାରୁ ରାତି ୯ଟା ପର୍ଯ୍ୟନ୍ତ କୌଣସି ଭାରୀଯାନ ଚଳାଚଳ  କରିବ ନାହିଁ ବୋଲି କଟକଣା ଜାରି କରାଯାଇଛି ।

କେଉଁ ଗାଡ଼ି କେଉଁଠି ପାର୍କିଂ ହେବ

  • ରିଂବନ୍ଧ ଦେଇ ଆସୁଥିବା ଗାଡ଼ିଗୁଡିକ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିବେ। 
  • କନିକା ଛକ, ବିଜୁ ପଟ୍ଟନାୟକ ଛକ ପଟୁ ଆସୁଥିବା ଗାଡି ପାଇଁ ଆନନ୍ଦ ଭବନ ସମ୍ମୁଖ ପଡିଆରେ ପାର୍କିଂ ହେବ ।
  • ଚଣ୍ଡୀ ଛକ ଓ କଳାବିକାଶ କେନ୍ଦ୍ର ପଟୁ ଆସୁଥିବା ଦୁଇଚକିଆ ଗାଡ଼ି ପାଇଁ ଦୟାଶ୍ରମ ସାମ୍ନା ପଡିଆରେ ରହିବ ।
  • ଜାଭିୟର ପଡିଆର ପାସ୍‌ ଥିବା ଗାଡ଼ି ବାଉଁଶ ଡିପୋ ବା ବିଜୁ ପଟ୍ଟନାୟକ ଛକ ଦେଇ ଷ୍ଟାଡିୟମର ୧୪ ନମ୍ବର ଗେଟରେ ଯାଇ ପାର୍କିଂ କରିବେ।
  • ମାତାମଠ କିମ୍ବା କ୍ୟାଣ୍ଟନମେଣ୍ଟ ଥାନା ପଟୁ ଆସୁଥିବା ପାସ୍‌ଧାରୀ ଗାଡ଼ିଗୁଡିକ ବାଉଁଶ ଗଡା ପର୍ଯ୍ୟନ୍ତ ଆସି ସେଠାରେ ଗାଡ଼ି ରଖିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.