ପ୍ରମୂଖ ଖବର
  • ପୁରୀ : ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫୦ ଗୁଳି ଜବତ
  • ||
  • ଦେବଗଡ : ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ଯା
  • ||
  • ଭୁବନେଶ୍ୱର : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ: ୨ ଯୁବତୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ, ଦୀର୍ଘ ସମୟ ଧରି ଫାଟକ ବାହାରେ ଠିଆ ହୋଇ ରହିଲା ଆମ୍ବୁଲାନ୍ସ
  • ||
  • ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
  • ||
  • ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଟେଣ୍ଟ କର୍ମଚାରୀଙ୍କ ଜୀବନ
  • ||
  • ବୌଦ୍ଧ : ବସ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କଟକ : କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ରାକେଟ, ରାଜ୍ୟ ବାହାରୁ ୨୪ ଜଣ ଗିରଫ
  • ||
  • ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିଲେ ଯୁବକ, ମିଳିଲା ମୃତଦେହ
  • ||
  • ବାରିପଦା : କାର୍ଯ୍ୟରେ ଅବହେଳା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ
  • ||
  • କେନ୍ଦୁଝର : ଅଷ୍ଟମ ବେତନ କମିଶନ ଓ ୟୁପିଏସକୁ ନେଇ ଶ୍ରମିକ ୟୁନିଅନର ସାଧାରଣ ସଭା ଅନୁଷ୍ଠିତ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ‌ରେ ରାଗିଂ ଘଟଣା: ମୁହଁ ଖୋଲିଲେ ଦ୍ଵିତୀୟ ବର୍ଷ ଛାତ୍ର
  • ||
  • ଗଜପତିରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ
  • ||
  • କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର, ରାସ୍ତାରେ ଗାଡି ମୋଟର ଚଳାଚଳରେ ସମସ୍ୟା
  • ||
  • ବାଲିପାଟଣା : ଗୋମାଂସ ଚୋରା ଚାଲାଣ ବେଳେ ଗାଡି ଅଟକାଇଲେ ଲୋକେ, ୩ ବସ୍ତା ଗୋମାଂସ ଜବତ
  • ||
  • ସୁନ୍ଦରଗଡ଼ : କରମଡିହିରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର
  • ||
  • ରାଜଧାନୀରେ ହତ୍ୟାକାଣ୍ଡ: ମାଛ ଖାଇବାକୁ ନଦେବାରୁ ଗଡିଲା ମୁଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ
  • ||

ଆଜିଠୁ ବିଧାନସଭା ଅଧିବେଶନ, ୨୫ରେ ବଜେଟ ଉପସ୍ଥାପନ

ଭୁବନେଶ୍ୱର, ୨୨/୦୭ : ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାରରୁ ଆରମ୍ଭ ହେବ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେବ ପ୍ରଥମ ଅଧିବେଶନ । ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ୨୫ରେ ଗୃହରେ ବଜେଟ୍‌ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୨ ତାରିଖ ୧୧ଟାରେ ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ ରଖିବେ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ । ୨୩ରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବ । ୨୪ ତାରିଖରେ ଉପବାଚସ୍ପତି ପଦ ପାଇଁ ଗୃହରେ ଭୋଟ ହେବ । ୨୩ରେ ପୁଣି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଜାରି ରହିବ । 

ଆସନ୍ତା ୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅର୍ଥ ମନ୍ତ୍ରୀ ଭାବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ସେପ୍ଟେମ୍ବର ୧୦ରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆଗତ ହେବ । ନୂଆ ସରକାରର ଏହା ହେବ ପ୍ରଥମ ବଜେଟ୍‌ । ହେଲେ ପୂର୍ଣ୍ଣାଙ୍ଗ ବଜେଟ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହେବା ପୂର୍ବରୁ ବିଧାନସଭାରେ ଆଉ ଏକ ମାସ ପାଇଁ ଲେଖାନୁଦାନ ଆଗତ କରାଯିବ । ଜୁଲାଇ ୩୦ରେ ଲେଖାନୁଦାନ ପ୍ରସ୍ତାବ ଆସିବ । ୩୧ ଜୁଲାଇରେ ଲେଖାନୁଦାନ ପାଇଁ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ ହେବ । 

ଦୁଇଟି ପର୍ଯ୍ୟାୟରେ ବିଧାନସଭାର ବଜେଟ ଅଧିବେଶନ ବସିବ । ଏଥିରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଗଷ୍ଟ ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ନାହିଁ । ପୁନର୍ବାର ଅଗଷ୍ଟ ୨୦ରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବା ନେଇ କାର୍ଯ୍ୟସୂଚୀ ଜାରି ହୋଇଛି । ୨୪ ବର୍ଷର ବିଜେଡି ସରକାର ହଟିବା ପରେ ପ୍ରଥମ ଥର ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ପ୍ରଥମ ଥର ବିଧାନସଭାରେ ବଜେଟ ଉପସ୍ଥାପନ କରିବ । ଏହା ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି । ଅନ୍ୟପଟେ ପ୍ରଥମ ଥର ପାଇଁ ବିଜେଡି ବିଧାନସଭାରେ ବିରୋଧୀ ଦଳ ଭୂମିକା ତୁଲାଇବ । ନବୀନ ପଟ୍ଟନାୟକ ଗୃହରେ ପ୍ରଥମ ଥର ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇବେ । କଂଗ୍ରେସ ମଧ୍ୟ ନୂଆ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ଦାୟିତ୍ୱ ଦେଇଛି । ଗତ ଥର ମାତ୍ର ୯ଜଣ ବିଧାୟକ ଥାଇ କଂଗ୍ରେସ ହୋହଲ୍ଲା କରିଥିବା ବେଳେ ଏଥର ୧୪ ବିଧାୟକ ଅଛନ୍ତି । ତେଣୁ ଉଭୟ ଶାସକ ଓ ବିରୋଧୀ ଦଳ ପାଇଁ ଏହି ବିଧାନସଭା ଅଧିବେଶନ ଆହ୍ୱାନ ଭରା ରହିବ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.