ପ୍ରମୂଖ ଖବର
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍‌...ଗରଗରା ପଡ଼ି ଉଠିଲା ପୋଲ ଗୟଳ, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଉଠିବ ଚାରିନାହାକା
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

Published By : Anindita Ratha | June 4, 2025 12:38 PM

ବ୍ରହ୍ମପୁର,୦୪/୦୬:  ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ। ବ୍ରହ୍ମପୁର ମହିଳା ପୋଲିସ ଥାନାର ଏଏସଆଇ ବବିତା ସୁନା  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜଣେ ଅଭିଯୁକ୍ତଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। 

ସୂଚନା ମୁତାବକ, ଏକ ଯୌତୁକ ନିର୍ଯାତନା ମାମଲାର ରଫା ଦଫା ପାଇଁ ଅଭିଯୁକ୍ତଙ୍କୁ ଲାଞ୍ଚ ମାଗିଥିଲେ ମହିଳା ଏଏସଆଇ ଜଣଙ୍କ। ଏ ନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଏଏସଆଇଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ। ଏହି ମହିଳା ଏଏସଆଇଙ୍କ ଗତ ଏପ୍ରିଲ ମାସରେ ଅନ୍ୟ ଏକ ପୁଲିସ ଥାନାକୁ ବଦଳି ହୋଇଥିଲା। ହେଲେ ସେ ଗାଦି ଛାଡ଼ି ଯାଇ ନଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବଦଳିକୁ ଗତ ୨୨ ତାରିଖରେ ଅନ୍ୟ ଏକ ନିର୍ଦ୍ଦେଶନାମାରେ ବାତିଲ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.