ଆନନ୍ଦପୁର, ୦୪/୦୯ : ଆନନ୍ଦପୁର ବ୍ଲକ ସମ୍ମୁଖରେ କଂଗ୍ରେସ ପକ୍ଷରୁ ସୋମବାର ବିକ୍ଷୋଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧ୍ୟୟକ ସୁର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଚିରାଚରିତ ମାଡ଼ି ଚାଲ ଉକ୍ତି ବଳରେ ଓଡ଼ିଶାରେ ଦୁର୍ନୀତି ମୁକ୍ତ ସରକାର ଗଠନ ପାଇଁ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି l
ଏହି ସମୟରେ କଂଗ୍ରେସ ବିଧାୟକ ଜିଲ୍ଲାରେ ଜିଲ୍ଲାପାଳଙ୍କ ୬ ବର୍ଷର ଦାୟିତ୍ୱକୁ କଡ଼ା ସମାଲୋଚନା କରିବା ସହିତ କେନ୍ଦ୍ର ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ l କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଯୁବ କଂଗ୍ରେସ ନେତା ମନୋଜ ଜେନା ପ୍ରମୁଖଙ୍କ ସହିତ ବହୁ କର୍ମୀ ଉପସ୍ଥିତ ଥିଲେ l ପରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l